ମେଲ୍ବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ୍ ସିରିଜର ତୃତୀୟ ମ୍ୟାଚ୍ର ତୃତୀୟ ଦିବସରେ ମାତ୍ର ୧୫୧ ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆ ଦଳ ଅଲ୍ଆଉଟ୍ ହୋଇ ଯାଇଛି।
ଗତକାଲି ଭାରତ ୭ ଓ୍ଵିକେଟ୍ ବିନିମୟରେ ୪୪୩ ରନ୍ ସଂଗ୍ରହ କରି ଇନିଙ୍ଗ୍ସ୍ ଘୋଷଣା କରିବା ପରେ ଅଷ୍ଟ୍ରେଲିଆ ଦଳ ବ୍ୟାଟିଙ୍ଗ୍ ଆରମ୍ଭ କରି ଦିନ ଶେଷ ସୁଦ୍ଧା ବିନା ଓ୍ଵିକେଟ୍ରେ ୮ ରନ୍ ସଂଗ୍ରହ କରିଥିଲା।
ଆଜି ପୁନଶ୍ଚ ଖେଳ ଆରମ୍ଭ ହେବା ପରେ ଅଷ୍ଟ୍ରେଲିଆର ଓ୍ଵିକେଟ୍ ପତ୍ତନ ହେବା ଆରମ୍ଭ ହୋଇ ଯାଇଥିଲା।
ଏଥିରେ ଭାରତୀୟ ବୋଲର୍ ଯଶପ୍ରୀତ୍ ବୁମ୍ରା ୩୩ ରନ୍ ବିନିମୟରେ ୬ଟି ଓ୍ଵିକେଟ୍ ଅକ୍ତିଆର କରି ପ୍ରଥମ ଏସୀୟ ବୋଲର୍ ଭାବେ ରେକର୍ଡ କରିଛନ୍ତି।
Follow Us