ଅମୀମାଂସିତ ଭାବେ ଶେଷ ହେଲା ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ୍‍

Advertisment
ଅମୀମାଂସିତ ଭାବେ ଶେଷ ହେଲା ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ୍‍

Image Courtesy of National Herald

ନୂଆଦିଲ୍ଲୀ: ସିଡ୍‌ନି କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ୟ ଟେଷ୍ଟ୍‍ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ସୋମବାର  ଶେଷ ହୋଇଥିବା ଏହି ମ୍ୟାଚ୍‌ରେ ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ୱିନୀ ସୁନ୍ଦର ବ୍ୟାଟିଙ୍ଗ୍‌ ପ୍ରଦର୍ଶନ କରିବା ସହ ନଟ୍‌ ଆଉଟ୍‌ ରହି ଭାରତକୁ ପରାଜୟରୁ ମୁକ୍ତ କରିଥିଲେ।

୧୬୧ଟି ବଲ୍‌ର ସମ୍ମୁଖୀନ ହୋଇ ବିହାରୀ ୨୩ ରନ୍‌ କରିଥିବା ବେଳେ ୧୨୮ ବଲ୍‌ ଖେଳି ଅଶ୍ୱିନୀ ୩୯ ରନ୍‌ ସଂଗ୍ରହ କରିଛନ୍ତି। ୧୩୧ ଓଭର୍‌ ଖେଳି ୫ ଓ୍ଵିକେଟ୍‌ ବିନିମୟରେ ଭାରତ ୩୩୪ ରନ୍‌ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ୍ କରିଥିଲା। ଭାରତ ଏହାର ଜବାବରେ ମାତ୍ର ୨୪୪ ରନ୍ କରି ସମସ୍ତ ଉଇକେଟ୍ ହରାଇଥିଲା। ଏହାପ‌େରେ ଦ୍ବିତୀୟ ଇନିଂସ‌ରେ ଅ‌ଷ୍ଟ୍ରେଲିଆ  ୬ ଉଇକେଟ ହରାଇ ୩୧୨ ରନ୍ କରି ପାଳି ଘୋଷଣା କରିଥିଲା। ଏହପରେ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରି ପରାଜୟ ଏଡାଇବାକୁ ଉଦ୍ୟମ କରିଥିଲା। ଶେଷରେ  ୫ ଉଇକେଟ ହରାଇ ୩୩୪ ରନ୍ କରି ଭାରତ ମ୍ୟାଚକୁ ଡ୍ର ରଖିବାରେ ସକ୍ଷମ ହୋଇଥିଲା।

publive-image Image Courtesy of NDTV

ଦ୍ବିତୀୟ ଇନିଂସରେ ଚେତେଶ୍ୱର ପୂଜାରା ୨୦୫ ବଲ୍‌ରେ ୭୭ ରନ୍‌ ଓ ଋଷଭ ପନ୍ତ ୧୧୮ ବଲ୍‌ରେ ୯୭ ରନ୍‌ ସଂଗ୍ରହ କରି ଭାରତର ମୁକାବିଲାକୁ ଆଗେଇ ନେଇଥିଲେ। ଏହା ପୂର୍ବରୁ ଅଧିନାୟକ ଅଜିଙ୍କ୍ୟ ରାହାଣେ ମାତ୍ର ୪ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଏହପରେ ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ୱିନୀ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ପରାଜୟ ଏଡ଼ାଇ ଥିଲେ।

ଦୁଇ ଦେଶ ମଧ୍ୟରେ ଚାଲିଥିବା ଏହି ସିରିଜ୍‌ ୧-୧ରେ ସମତୁଲ ରହିବା ସହ ଜାନୁଆରି ୧୫ ତାରିଖରେ ଗ୍ୟାବାରେ ଚତୁର୍ଥ ତଥା ଚୂଡ଼ାନ୍ତ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe