ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ୍‍ ତୃତୀୟ ଦିବସ: ପ୍ରଥମ ଇନିଙ୍ଗ୍‌ସ୍‌ରେ ୩୩୬ ରନ୍‌ କରି ଟିମ୍‌ ଇଣ୍ଡିଆ ଅଲ୍‌-ଆଉଟ୍‌

Advertisment
ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ୍‍ ତୃତୀୟ ଦିବସ: ପ୍ରଥମ ଇନିଙ୍ଗ୍‌ସ୍‌ରେ ୩୩୬ ରନ୍‌ କରି ଟିମ୍‌ ଇଣ୍ଡିଆ ଅଲ୍‌-ଆଉଟ୍‌

Image Courtesy of NDTV

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବ୍ରିସ୍‌ବେନ୍‌ସ୍ଥିତ ଗ୍ୟାବାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ଟେଷ୍ଟ୍‍ର ତୃତୀୟ ଦିବସରେ ଶେଷ ହୋଇଥିବା ପ୍ରଥମ ଇନିଙ୍ଗ୍‌ସ୍‌ରେ ଭାରତ ୩୩୬ ରନ୍‌ ସଂଗ୍ରହ କରିଛି। ୩୩୬ ରନ୍‌ ସଂଗ୍ରହ କରି ଭାରତ ଏହି ସିରଜ୍‌ରେ ସର୍ବାଧିକ ରନ୍‌ ସଂଗ୍ରହ କରିଛି।

କିନ୍ତୁ, ପ୍ରଥମ ଇନିଙ୍ଗ୍‌ସ୍‌ରେ ଅଷ୍ଟ୍ରେଲିଆ ୩୬୯ ରନ୍‌ ସଂଗ୍ରହ କରିଥିଲା। ତେଣୁ, ପ୍ରଥମ ଇନିଙ୍ଗ୍‌ସ୍‌ରେ ଅଷ୍ଟ୍ରେଲିଆ ୩୩ ରନ୍‌ରେ ଅଗ୍ରଣୀ ରହିଛି।
ଭାରତର ସପ୍ତମ ଉଇକେଟ୍‌ ଯୋଡ଼ିରେ ରବିବାର ଦିନ ଓ୍ଵାସିଂଟନ୍‌ ୬୨ ଏବଂ ଠାକୁର ୬୭ ରନ୍‌ ସଂଗ୍ରହ କରି ଭାରତର ସ୍ଥିତିକୁ ସୁଦୃଢ଼ କରିଥିଲେ। ହାଜେଲ୍‌ଉଡ୍‌ଙ୍କଦ୍ୱାରା ସିରାଜ ଆଉଟ୍‌ ହେବା ସହ ଭାରତର ପ୍ରଥମ ଇନିଙ୍ଗ୍‌ ଶେଷ ହୋଇଥିଲା।

publive-image Image Courtesy of Hindustan Times

ଏହାପରେ ମର୍କସ୍‌ ହ୍ୟାରିସ୍‌ ଓ ଡେଭିଡ୍‌ ଓ୍ଵାର୍ଣ୍ଣର୍‌ ବ୍ୟାଟିଙ୍ଗ୍‌ କରିବାକୁ ଯାଇ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଙ୍ଗ୍‌ସ୍‌ ଆରମ୍ଭ କରିଥିଲେ। ଭାରତ ପକ୍ଷରୁ ପ୍ରଥମେ ବୋଲିଙ୍ଗ୍‌ ଆରମ୍ଭ କରିଥିଲେ ମହମ୍ମଦ୍‌ ସିରାଜ୍‌।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ଓ୍ଵିକେଟ୍‌ ନ ହରାଇ ଅଷ୍ଟ୍ରେଲିଆ ୨୧ ରନ୍‌ କରିବା ସହ ଏହି ଟେଷ୍ଟ୍‍ମ୍ୟାଚ୍‌ରେ ଭାରତ ଠାରୁ ୫୪ ରନ୍‌ରେ ଅଗ୍ରଣୀ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe