Image Courtesy of India Today
ନୂଆଦିଲ୍ଲୀ: ଆଜି ଅଷ୍ଟ୍ରେଲିଆର ବ୍ରିସ୍ବେନ୍ ଅନ୍ତର୍ଗତ ଗ୍ୟାବାରେ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ ତଥା ଅନ୍ତିମ ଟେଷ୍ଟ୍ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଙ୍ଗ୍ ଆରମ୍ଭ କରିଛି।
ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଏହି ମ୍ୟାଚ୍ର ପ୍ରଥମ ଦିନ ପ୍ରଥମ ଓଳି ଖେଳରେ ୨୭ ଓଭର୍ ଖେଳି ଅଷ୍ଟ୍ରେଲିଆ ୨ ଓ୍ଵିକେଟ୍ ବିନିମୟରେ ୬୫ ରନ୍ ସଂଗ୍ରହ କରିଛି। ଭାରତୀୟ ବୋଲର୍ ମହମ୍ମଦ ସିରାଜ ଏବଂ ଶାର୍ଦ୍ଦୂଳ ଠାକୁର ଯଥାକ୍ରମେ ଡେଭିଡ୍ ଓ୍ଵାର୍ଣ୍ଣର୍ ଏବଂ ମାର୍କସ୍ ହ୍ୟାରିସ୍ଙ୍କୁ ଆଉଟ୍ କରିବା ପରେ ଷ୍ଟିଭ୍ ସ୍ମିଥ୍ ଏବଂ ମାର୍ଣ୍ଣସ୍ ଲେବୁସେନ୍ ଅଷ୍ଟ୍ରେଲିଆ ପାଇଁ ୪୯ ରନ୍ ସଂଗ୍ରହ କରିଛନ୍ତି।
ଖେଳର ପ୍ରଥମ ଓଭର୍ରେ ମହମ୍ମଦ୍ ସିରାଜ ଡେଭିଡ୍ ଓ୍ଵାର୍ଣ୍ଣର୍ଙ୍କୁ ଆଉଟ୍ କରିବାରେ ସଫଳ ହୋଇଥିଲେ। ସେ ମାତ୍ର ୧ ରନ୍ କରି ପାଭିଲିୟନ୍କୁ ଫେରିଯାଇଥିଲେ। ଏହା ପରେ ୫ ରନ୍ କରିଥିବା ମର୍କସ୍ ହ୍ୟାରିସ୍ ଶାର୍ଦ୍ଦୂଳଙ୍କ ବଲ୍ରେ ସୁନ୍ଦରଙ୍କଦ୍ୱାରା କ୍ୟାଚ୍ ଆଉଟ୍ କରିଥିଲେ।
Image Courtesy of NDTVଏହି ଟେଷ୍ଟ୍ ମ୍ୟାଚ୍ରେ ଭାରତୀୟ ଏକାଦଶରେ ଖେଳୁଛନ୍ତି: ରୋହିତ ଶର୍ମା, ଶୁଭମ୍ ଗିଲ୍, ଚେତେଶ୍ୱର ପୁଜାରା, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ମୟଙ୍କ ଅଗରଓ୍ଵାଲ୍, ଋଷଭ ପନ୍ତ (ଓ୍ଵିକେଟ୍ ରକ୍ଷକ), ଓ୍ଵାସିଂଟନ୍ ସୁନ୍ଦର, ଶାଦ୍ଦୂଳ ଠାକୁର, ନବଦୀପ ସାଇନି, ମହମ୍ମଦ ସିରାଜ ଏବଂ ଟି. ନଟରାଜନ।
ଆଜି ଖେଳୁଥିବା ଭାରତୀୟ ଏକାଦଶରେ ଜସ୍ପ୍ରୀତ୍ ବୁମ୍ରା ଓ ରବିଚନ୍ଦ୍ରନଙ୍କ ସ୍ଥାନରେ ଖେଳୁଥିବା ଦୁଇଜଣ ନୂଆ ଖେଳାଳି ହେଉଛନ୍ତି ଓ୍ଵାସିଂଟନ୍ ସୁନ୍ଦର ଏବଂ ଟି. ନଟରାଜନ।
ସେହିଭଳି ଅଷ୍ଟ୍ରେଲିଆ ଏକାଦଶରେ ଖେଳୁଛନ୍ତି: ଡେଭିଡ୍ ଓ୍ଵାର୍ଣ୍ଣର୍, ମାର୍କସ୍ ହ୍ୟାରିସ୍, ମାର୍ଣ୍ଣସ୍ ଲେବୁସେନ୍, ଷ୍ଟିଭ୍ ସ୍ମିଥ୍, ମାଥ୍ୟୁ େଓ୍ଵଡ୍, କ୍ୟାମେରନ୍ ଗ୍ରିନ୍, ଟିମ୍ ପାଇନ୍ (ଓ୍ଵିକେଟ୍ ରକ୍ଷକ/ଅଧିନାୟକ), ପ୍ୟାଟ୍ କୁମିନ୍ସ୍, ମିଶେଲ୍ ଷ୍ଟାର୍କ, ନାଥନ ଲିଓନ୍ ଏବଂ ଜୋସ୍ ହେଜେଲ୍ଉଡ୍।
Follow Us