ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ୍‍: ମଙ୍ଗଳବାର ଦିନ ବ୍ରିଜ୍‌ବେନ୍‌ ଯିବାକୁ ଭାରତର ସମ୍ମତି; ଦର୍ଶକସଂଖ୍ୟା ୫୦% କମିବ

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ୍‍: ମଙ୍ଗଳବାର ଦିନ ବ୍ରିଜ୍‌ବେନ୍‌ ଯିବାକୁ ଭାରତର ସମ୍ମତି; ଦର୍ଶକସଂଖ୍ୟା ୫୦% କମିବ

Image Courtesy of India Today

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଟିମ୍‌ ଇଣ୍ଡିଆ ବ୍ରିଜ୍‌ବେନ୍‌ ଯିବାକୁ ରାଜି ବୋଲି ସୋମବାର ଦିନ ‘ବିସିସିଆଇ’ ସମ୍ମତି ଦେଇଥିବା କଥା ‘କ୍ରିକେଟ୍‌ ଅଷ୍ଟ୍ରେଲିଆ’ ସୁନିଶ୍ଚିତ କରିଥିବାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ୪ର୍ଥ ଟେଷ୍ଟ୍‍ ସଂକ୍ରାନ୍ତ ସମସ୍ତ ବିବାଦ ଓ କଳ୍ପନାଜଳ୍ପନାର ଅବସାନ ଘଟିଛି।

ହୋଟେଲ୍‌ରେ ଖେଳାଳିମାନେ ମିଳାମିଶା କରି ପାରିବେ ବୋଲି ‘କୁଇନ୍ସ୍‌ଲାଣ୍ଡ୍‌ ହେଲ୍‌ଥ୍‌’ ପ୍ରତିଶ୍ରୁତି ଦେବା ପରେ ‘କ୍ରିକେଟ୍‌ ଅଷ୍ଟେଲିଆ’ ଏବଂ ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇଣ୍ଡିଆ’ ଆଲୋଚନା କରି ଏହି ନିଷ୍ପତ୍ତି ଗ୍ରହଣ କରିଥିବା ମନେହେଉଛି। ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ହୋଟେଲ୍‌ ରୁମ୍‌ ଭିତରେ ଭାରତୀୟ ଖେଳାଳିମାନଙ୍କୁ ମିଳାମିଶା କରିବାକୁ ଅନୁମତି ଦେବା ଲାଗି ‘ବିସିସିଆଇ’ ‘ସିଏ’କୁ ଅନୁରୋଧ କରିଥିଲା।

publive-image Image Courtesy of the Guardian

ଏହାଛଡ଼ା, ଖେଳାଳିମାନେ ଅବସ୍ଥାନ କରୁଥିବା ହୋଟେଲ୍‌ ପରିସରକୁ ‘ସିଏ’ ସମ୍ପୂର୍ଣ୍ଣରୂପେ ଭଡ଼ାରେ ନେଇଥିବାରୁ ସେଠାରେ ପୁଲିସ ତରଫରୁ ମଧ୍ୟ ପାଟ୍ରୋଲିଙ୍ଗ୍‌ କରାଯିବ ନାହିଁ।

ଗ୍ୟାବାରେ ହେବାକୁ ଥିବା ୪ର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ୍‍ ମ୍ୟାଚ୍‌ ପାଇଁ କୁଇନ୍‌ସ୍‌ଲାଣ୍ଡ୍‌ ସରାକର ଦର୍ଶକସଂଖ୍ୟା ୫୦% ହ୍ରାସ କରିଛନ୍ତି। ମ୍ୟାଚ୍‌ ସ୍ଥଳକୁ ପ୍ରବେଶ କରିବା, ଷ୍ଟାଡିୟମ୍‌ ପରିସରରେ ବୁଲାବୁଲି କରିବା ଓ ବାହାରକୁ ବାହାରୁଥିବା ଦର୍ଶକମାନଙ୍କ ଲାଗି ମଧ୍ୟ ମାସ୍କ୍‌ପିନ୍ଧା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ, ସିଟ୍‌ରେ ବସି ଖେଳ ଦେଖିବା ବେଳେ ମାସ୍କ୍‌ ନ ପିନ୍ଧିଲେ ଚଳିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe