ମେଲବର୍ଣ୍ଣ ଟେଷ୍ଟ: ରୋହିତଙ୍କ ଶତକ ପୂର୍ବରୁ ପାଳି ଘୋଷଣା କଲେ କେହାଲି, ବିରକ୍ତି ପ୍ରକାଶ କଲେ ପ୍ରଶଂସକ

Advertisment
ରୋହିତଙ୍କ ବିନା ଦକ୍ଷିଣ-ଆଫ୍ରିକା ଗସ୍ତ କରିବ ଟିମ୍ ଇଣ୍ଡିଆ, ଆହତଜନିତ କାରଣରୁ ବାଦ ପଡ଼ିଲେ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷରେ ମେଲବର୍ଣ୍ଣ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୨ୟ ଦିନରେ ଗୁରୁବାର ନିଜର ପ୍ରଥମ ପାଳି ଘୋଷଣା କରିବା ପରେ ଭାରତୀୟ ପ୍ରଶଂସକମାନେ ବିରକ୍ତି ପ୍ରକାଶ କରିଛନ୍ତି। କୋହଲି ଟିମ୍‌ ଇଣ୍ଡିଆର ପାଳି ୭ ଓ୍ଵିକେଟ୍‌ ବିନିମୟରେ ୪୪୩ ରନ୍‌ରେ ପାଳି ଘୋଷଣା କରିଥିଲେ। ଏହି ସମୟରେ ରୋହିତ ଶର୍ମା ୬୩ ରନ କରି କ୍ରିଜ୍‌ରେ ଛିଡ଼ା ହୋଇଥିଲେ। ପ୍ରଶଂସକମାନେ ଆଶା କରିଥିଲେ ଯେ, ରୋହିତ ଶର୍ମା ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖୁବ କମ୍‌ ସମୟ ମଧ୍ୟରେ ଶତକ ହାସଲ କରିବେ କିନ୍ତୁ କୋହଲି ଏହି ସୁଯୋଗ ଦେଇ ନଥିଲେ। ଫଳରେ ରୋହିତଙ୍କୁ ଅପରାଜିତ ପାଭଲିଅନ୍‌ ଫେରିଥିଲେ। ରୋହିତ ୧୧୪ ବଲ ଖେଳି ୫ଟି ଚୌକା ହାସଲ କରିଥିଲେ।

ଅଷ୍ଟ୍ରେଲିଆ ୨ୟ ଦିନ ଖେଳ ଶେଷ ହେବା ବେଳକୁ କୌଣସି ଓ୍ଵିକେଟ ନହରାଇ ୮ ରନ କରିଛି। ଜଣେ ପ୍ରଶଂସକ ନିଜର ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି, ରୋହିତ ଶର୍ମା ଶତକ କରନ୍ତୁ ଏହା କୋହଲି ଚାହୁଁ ନଥିଲେ। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, କୋହଲି ପାଳି ଘୋଷଣା କରି ଦେବାରୁ ରୋହିତ ଶତକ ହାସଲ କରିପାରି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe