ଦିଲ୍ଲୀ ଟି-୨୦: ଭାରତ ବିପକ୍ଷରେ ୧୪୯ ରନ୍‌ ବିଜୟ ଲକ୍ଷ୍ୟ ନେଇ ବାଂଲାଦେଶର ବ୍ୟାଟିଂ ଜାରି

Advertisment
ଦିଲ୍ଲୀ ଟି-୨୦: ଭାରତ ବିପକ୍ଷରେ ୧୪୯ ରନ୍‌ ବିଜୟ ଲକ୍ଷ୍ୟ ନେଇ ବାଂଲାଦେଶର ବ୍ୟାଟିଂ ଜାରି

Zee News

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ରବିବାର ଦିଲ୍ଲୀସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ପ୍ରଥମ ଟି-୨୦ ମ୍ୟାଚ୍‌ ଜାରି ରହିଛି। ଦ୍ୱିତୀୟ ଇନିଂସରେ ବାଲାଂଦେଶ ୧୪୯ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ବାଂଲାଦେଶ ୩ ଓଭରରେ ଗୋଟିଏ ଓ୍ଵିକେଟ ହରାଇ ୧୬ ରନ୍‌ କରିଛି।

ପ୍ରଥମ ଇନିଂସରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ ହରାଇ ୧୪୮ ରନ୍‌ କରିଥିଲା। ଓପନର ଶିଖର ଧାଓ୍ଵନ ୪୧ ରନ୍‌ କରିଥିଲେ। ଧାଓ୍ଵନ ୪୨ଟି ବଲ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଅଧିନାୟକ ରୋହିତ ଶର୍ମା ୫ଟି ବଲ ଖେଳି ୯ ରନ୍‌ କରିଥିଲେ। ଏଥିରେ ୨ଟି ଚୌକା ସାମିଲ ଥିଲା।

ଯୁବ ବ୍ୟାଟସ୍‌ମ୍ୟାନ ଲୋକେଶ ରାହୁଲ ୧୫ ରନ୍‌, ଶ୍ରେୟସ ଆୟାର ୨୨ ରନ୍‌, ଋଷଭ ପନ୍ତ ୨୭ ରନ୍‌, କ୍ରୁଣାଳ ପାଣ୍ଡ୍ୟା ୧୫ ରନ୍‌ (ଅପରାଜିତ) ଓ ଓ୍ଵାସିଂଟନ୍‌ ସୁନ୍ଦର ଅପରାଜିତ ୧୪ ରନ୍‌ କରିଥିଲେ। ସେହିପରି ଶିଭମ ଦୁବେ ମାତ୍ର ଏକ ରନ୍‌ କରିଥିଲେ।

ଭାରତ ମାତ୍ର ୧୦ ରନ୍‌ରେ ରୋହିତଙ୍କୁ ହରାଇଥିଲା। ସେହପରି ୩୬ ରନ୍‌ରେ ଦ୍ୱିତୀୟ, ୭୦ ରନ୍‌ରେ ତୃତୀୟ, ୯୫ ରନ୍‌ରେ ୪ର୍ଥ, ୧୦୨ ରନ୍‌ରେ ୫ମ ଓ ୧୨୦ ରନ୍‌ରେ ୬ଷ୍ଠ ଓ୍ଵିକେଟ ହରାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe