Cricket: ୧୯ ବର୍ଷରୁ କମ ବିଶ୍ବକପ୍: ହାତ ମିଳାଇଲେନି ଭାରତ, ବାଂଲାଦେଶ ଅଧିନାୟକ

Advertisment

ଜିମ୍ବାଓ୍ବେର ବୁଲାବାୟୋ ସ୍ଥିତି କ୍ବିନ୍ସ ସ୍ପୋର୍ଟ୍ସ କ୍ଲବଠାରେ ଆଜି ୧୯ ବର୍ଷରୁ କମ ବିଶ୍ବକପର ଏକ ଲିଗ୍ ମ୍ୟାଚ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ବୈଭବ ସୂର୍ଯ୍ୟବଂଶୀ ଓ ଅଭିଜ୍ଞାନ କୁଣ୍ଡୁଙ୍କ ଅର୍ଦ୍ଧଶତକ ବଳରେ

ଜିମ୍ବାଓ୍ବେର ବୁଲାବାୟୋ ସ୍ଥିତି କ୍ବିନ୍ସ ସ୍ପୋର୍ଟ୍ସ କ୍ଲବଠାରେ ଆଜି ୧୯ ବର୍ଷରୁ କମ ବିଶ୍ବକପର ଏକ ଲିଗ୍ ମ୍ୟାଚ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ବୈଭବ ସୂର୍ଯ୍ୟବଂଶୀ ଓ ଅଭିଜ୍ଞାନ କୁଣ୍ଡୁଙ୍କ ଅର୍ଦ୍ଧଶତକ ବଳରେ

17bbs_34_17012026_112

ବୁଲାବାୟୋ: ଜିମ୍ବାଓ୍ବେର ବୁଲାବାୟୋ ସ୍ଥିତି କ୍ବିନ୍ସ ସ୍ପୋର୍ଟ୍ସ କ୍ଲବଠାରେ ଆଜି ୧୯ ବର୍ଷରୁ କମ ବିଶ୍ବକପର ଏକ ଲିଗ୍ ମ୍ୟାଚ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ବୈଭବ ସୂର୍ଯ୍ୟବଂଶୀ ଓ ଅଭିଜ୍ଞାନ କୁଣ୍ଡୁଙ୍କ ଅର୍ଦ୍ଧଶତକ ବଳରେ ନିଜ ସ୍ଥିତିକୁ କିଛିଟା ସୁଧାରିବାରେ ସକ୍ଷମ ହୋଇଥିଲା।

ତେବେ ଏହି ମ୍ୟାଚ ଏକ ଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛି। ତାହା ହେଉଛି ଟସ ସମୟରେ ଭାରତୀୟ ଦଳର ଅଧିନାୟକ ଆୟୁଷ ମାହାତ୍ରେ ଓ ବାଂଲାଦେଶର ଉପଅଧିନାୟକ ଜଓ୍ବାଦ୍ ଅବରାର୍ ହାତ ମିଳାଇ ନଥିଲେ। ଦୁଇ ଦେଶ ମଧ୍ୟରେ ଏବେ କୂଟନୈତିକ, କ୍ରିକେଟ ସଂପର୍କ ଖରାପ ହୋଇଚାଲିଥିବା ବେଳେ ଏହି ଘଟଣାକୁ ଗୁରୁତ୍ବ ଦିଆଯାଉଛି। ଗତ ବର୍ଷ ସିନିୟର ଏସିଆ କପରେ ଭାରତ ଓ ପାକିସ୍ତାନ ଅଧିନାୟକ ହାତ ମିଳାଇନଥିଲେ। ଏହା ପରେ ଯେଉଁ ବିବାଦ ଆରମ୍ଭ ହୋଇଥିଲା ତାହା ପରେ ମହିଳା ବିଶ୍ବକପରେ ଜାରି ରହିଥିଲା। ଏବେ ବାଂଲାଦେଶ ମ୍ୟାଚରେ ବି ସମାନ ଘଟଣା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: Cold Wave: ପୁଣି ଖସିଲା ପାରଦ: ସବୁଠାରୁ କମ୍ ତାପମାତ୍ରା ସହର ଓଡ଼ିଶାର ଦାର୍ଜିଲିଂ

କ୍ରିକେଟ୍‌ରେ ଉତ୍ତେଜନା

ତେବେ ଭାରତ ଓ ବାଂଲାଦେଶ ୧୯ ବର୍ଷରୁ କମ ଦଳ ମଧ୍ୟରେ ଉତ୍ତେଜନା ନୂଆ କଥା ନୁହେଁ। ଗତ ୨୦୨୦ ମସିହାରେ ବାଂଲାଦେଶ ଦଳ ଭାରତକୁ ହରାଇ ୧୯ ବର୍ଷରୁ କମ ପୁରୁଷ ବିଶ୍ବକପ୍ ଜିତିଥିଲା। ସେହି ମ୍ୟାଚରେ ଉଭୟ ଦଳ ପରସ୍ପରକୁ ସ୍ଲେଜିଂ କରିବା ପରେ ଉତ୍ତେଜନା ବଢିଥିଲା। ସେହିପରି ୨୦୨୪ରେ ଅନୁଷ୍ଠିତ ୧୯ ବର୍ଷରୁ କମ ଏସିଆ କପରେ ବି ସମାନ ଉତ୍ତେଜନା ଦେଖାଦେଇଥିଲା। 

ଆହୁରି ପଢ଼ନ୍ତୁ: Cricket: ୩ୟ ଦିନିକିଆ ରବିବାର: ହୋଲକର ଷ୍ଟାଡିୟମରେ ଭାରତର ଅପରାଜେୟ ରେକର୍ଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe