Image Courtesy of Zee News
ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ୍ ମଧ୍ୟରେ ଆଜି ମଞ୍ଚେଷ୍ଟର୍ରେ ଖେଳାଯିବାକୁ ଥିବା ୫ମ ତଥା ଚୂଡ଼ାନ୍ତ ଟେଷ୍ଟ୍ ମ୍ୟାଚ୍କୁ ବାତିଲ୍ କରାଯାଇଥିବା କଥା ‘ଇଂଲଣ୍ଡ୍ କ୍ରିକେଟ୍ ବୋର୍ଡ’ ଘୋଷଣା କରିଛି।
ଭାରତୀୟ ଦଳର ସହକାରୀ ‘ଫିଜିଓଥେରାପିଷ୍ଟ୍’ ଯୋଗେଶ ପରମର ଗୁରୁବାର ଦିନ କୋଭିଡ୍-୧୯ ପଜିଟିଭ୍ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିବା ପରେ ‘ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇଣ୍ଡିଆ’ ଏବଂ ‘‘ଇଂଲଣ୍ଡ୍ କ୍ରିକେଟ୍ ବୋର୍ଡ’ ମଧ୍ୟରେ ଗଭୀର ଆଲୋଚନା ହୋଇଥିଲା। ତା’ପରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି।
Image Courtesy of England Cricket Twitterଏକ ବିବୃତିରେ ‘ଇଂଲଣ୍ଡ୍ କ୍ରିକେଟ୍ ବୋର୍ଡ’ କହିଛି, ‘ବିସିସିଆଇ’ ସହ ଆଲୋଚନା ପରେ ଆଜି ଏମିରେଟ୍ସ୍ର ଓଲଡ୍ ଟ୍ରାଫୋର୍ଡରେ ଆଜି ଇଂଲଣ୍ଡ୍ ଏବଂ ଭାରତର ଖେଳାଳିମାନଙ୍କ ମଧ୍ୟରେ ଆରମ୍ଭ ହେବାକୁ ଥିବା ପଞ୍ଚମ ‘ଏଲ୍ଭି= ଇନ୍ସ୍ୟୁରାନ୍ସ୍ ଟେଷ୍ଟ୍’କୁ ବାତିଲ କରାଯିବ। କ୍ୟାମ୍ପ୍ରେ କୋଭିଡ୍ ମାମଲା ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଭାରତୀୟ ଦଳ ଖେଳିବାକୁ ଅସମର୍ଥତା ପ୍ରକାଶ କରି ମ୍ୟାଚ୍ରୁ ଓହରି ଯିବାକୁ ସ୍ଥିର କରିଛନ୍ତି।
ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଏଭଳି ସମ୍ବାଦ ସହ ଆମେ ପ୍ରଶଂସକ ଏବଂ ଅଂଶୀଦାରଙ୍କ ନିକଟରେ କ୍ଷମା ମାଗୁଛୁ। କାରଣ ଆମେ ଜାଣୁ, ଖେଳ ବାତିଲ ବ୍ୟାପକ ହତାଶା ଏବଂ ଅନେକଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ। ଠିକଣା ସମୟରେ ଅଧିକ ସୂଚନା ସେୟାର୍ କରାଯିବ।
Follow Us