Image Courtesy of India Today
ଅହମଦାବାଦ: ଆଜି ଭାରତ ଓ ଇଂଲଣ୍ଡ୍ ମଧ୍ୟରେ ଆରମ୍ଭ ହୋଇଥିବା ୪ର୍ଥ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଦିନରେ ଟସ୍ ଜିଣି ଇଂଲଣ୍ଡ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିବା ପରେ ଏପର୍ଯ୍ୟନ୍ତ ୧୪.୧ ଓଭର୍ ଖେଳି ୩ ଓ୍ଵିକେଟ୍ ବିନିମୟରେ ୩୭ ରନ୍ ସଂଗ୍ରହ କରିଛି।
ଜନି ବେୟାର୍ଷ୍ଟୋ ୩୨ ବଲ୍ ଖେଳି ୧୦ ରନ୍ ସଂଗ୍ରହ କରିଥିବା ବେଳେ ବେନ୍ ଷ୍ଟୋକ୍ସ୍ ୧୦ ବଲ୍ ଖେଳି ୧୦ ରନ୍ ସଂଗ୍ରହ କରିଛନ୍ତି।
ଭାରତୀୟ ସ୍ପିନ୍ ବୋଲର୍ ଅକ୍ଷର ପଟେଲ୍ ଇଂଲଣ୍ଡ୍ର ବ୍ୟାଟ୍ସ୍ମ୍ୟାନ୍ ଡୋମ୍ ସିବ୍ଲି ପ୍ରଥମେ ବୋଲ୍ଡ୍ ଆଉଟ୍ କରିବା ପରେ ଜାକ୍ କ୍ରଲିଙ୍କୁ ମହମ୍ମଦ ସିରାଜଙ୍କଦ୍ୱାରା କ୍ୟାଚ୍ ଆଉଟ୍ କରାଇଛନ୍ତି। ଡୋମ୍ ସିବ୍ଲି ଆଉଟ୍ ହେବା ପରେ ତାଙ୍କ ସ୍ଥାନରେ ବ୍ୟାଟିଙ୍ଗ୍ କରିବାକୁ ଆସିଥିଲେ ଜନି ବେୟାର୍ଷ୍ଟୋ। ଏବଂ ଜାକ୍ କ୍ରଲିଙ୍କ ସ୍ଥାନରେ ଯୋଗ ଦେଇଥିଲେ ଅଧିନାୟକ ଜୋ ରୁଟ୍। କିନ୍ତୁ, ରୁଟ୍ ମାତ୍ର ୫ ରନ୍ କରି ମହମ୍ମଦ ସିରାଜଙ୍କଦ୍ୱାରା ଆଉଟ୍ ହୋଇଛନ୍ତି।
 Image Courtesy of Hindustan Timesଆଜି ମୋଟେରା ଷ୍ଟାଡିୟମ୍ରେ ଟସ୍ ଜିଣିବା ପରେ ଇଂଲଣ୍ଡ୍ର ଅଧିନାୟକ ଜୋ ରୁଟ୍ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ଇଂଲଣ୍ଡ୍ ତରଫରୁ ବ୍ୟାଟ୍ସ୍ମ୍ୟାନ୍ ଜାକ୍ କ୍ରଲି ଏବଂ ଡୋମ୍ ସିବ୍ଲି ଓପେନିଙ୍ଗ୍ କରିବାକୁ ଯାଇଥିବା ବେଳେ ଭାରତ ପକ୍ଷରୁ ସେମାନଙ୍କୁ ବୋଲିଙ୍ଗ୍ କରିଥିଲେ ଈଶାନ୍ତ ଶର୍ମା ଏବଂ ମହମ୍ମଦ ସିରାଜ। ଈଶାନ୍ତଙ୍କ ପ୍ରଥମ ଓଭର୍ଟି ମେଡେନ୍ ଓଭର୍ ହୋଇଥିଲା।
  
 Follow Us