ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍‍ର ତୃତୀୟ ଦିବସ: ୩୬୫ରେ ଭାରତ ଅଲ୍‌-ଆଉଟ୍‌

Advertisment
ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍‍ର ତୃତୀୟ ଦିବସ: ୩୬୫ରେ ଭାରତ ଅଲ୍‌-ଆଉଟ୍‌

Image Courtesy of India Today

ଅହମଦାବାଦ: ଆଜି ମୋଟେରା ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ୍‍ମ୍ୟାଚ୍‌ର ତୃତୀୟ ଦିବସରେ ୩୬୫ ରନ୍‌ କରି ଭାରତୀୟ କ୍ରିକେଟ୍‌ ଟିମ୍‌ର ସମସ୍ତ ଖେଳାଳି ଆଉଟ୍‌ ହୋଇଯାଇଛନ୍ତି। ଏଥିସହ ଶେଷ ହୋଇଛି ଭାରତର ପ୍ରଥମ ଇନିଙ୍ଗ୍ସ।

ଇଂଲଣ୍ଡ୍‌ର ବୋଲର୍‌ ବେନ୍‌ ଷ୍ଟୋକ୍‌ ମହମ୍ମଦ ସିରାଜଙ୍କୁ ବିନା କୌଣସି ରନ୍‌ରେ ବୋଲ୍‌ଡ୍‌ ଆଉଟ୍‌ କରିବା ପରେ ଭାରତୀୟ ଦଳ ଅଲ୍‌-ଆଉଟ୍‌ ହୋଇଯାଇଥିଲେ। କିନ୍ତୁ, ଆର ଓ୍ଵିକେଟ୍‌ରେ ଥିବା ଓ୍ଵାସିଂଟନ୍‌ ସୁନ୍ଦର ୯୬ ରନ୍‌ କରି ଅପରାଜିତ ଅଛନ୍ତି।

publive-image Image Courtesy of Hindustan Times

ଏହି ମ୍ୟାଚ୍‌ରେ ଭାରତ ଇଂଲ୍‌ଣ୍ଡ୍‌ ଠାରୁ ୧୬୦ ରନ୍‌ରେ ଆଗୁଆ ରହିଛି।

ମଧ୍ୟାହ୍ନ ଭୋଜନ ବିରତି ପରେ ଇଂଲଣ୍ଡ୍‌ ଦଳ ବ୍ୟାଟିଙ୍ଗ୍‌ ଆରମ୍ଭ କରିଛନ୍ତି। ଇଂଲଣ୍ଡ୍‌ ପକ୍ଷରୁ ଓପେନିଙ୍ଗ୍‌ କରୁଛନ୍ତି ଜାକ୍‌ କ୍ର’ଲି ଏବଂ ଡୋମ୍‌ ସିବ୍‌ଲି। କ୍ର’ଲି ୫ ରନ୍‌ ଏବଂ ସିବ୍‌ଲି ୧ ରନ୍‌ କରି ଖେଳୁଛନ୍ତି। ଭାରତ ପକ୍ଷରୁ ସେମାନଙ୍କୁ ନୂଆ ବଲ୍‌ରେ ବୋଲିଙ୍ଗ୍‌ କରୁଛନ୍ତି ମହମ୍ମଦ ସିରାଜ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe