Cricadium
ନୂଆଦିଲ୍ଲୀ: ଆଜି ବର୍ମିଙ୍ଗହାମ୍ଠାରେ ଖେଳା ଯାଉଥିବା ଆଇସିସି ବିଶ୍ୱକପ୍ର ୩୮ତମ ମ୍ୟାଚ୍ରେ ଇଂଲଣ୍ଡକୁ ଟକ୍କର ଦେବ ଭାରତ। ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତୀୟ ଟିମ୍ ଫିଲ୍ଡିଂ କରିବାର ସୁଯୋଗ ପାଇଛନ୍ତି। ଆଜିର ମ୍ୟାଚ୍ରେ ଭାରତୀୟ ଟିମ୍ର ବିଜୟ ଶଙ୍କରଙ୍କ ସ୍ଥାନରେ ଖେଳିବେ ରିଷବ ପନ୍ଥ।
ତେବେ ଏହି ମ୍ୟାଚ୍ରେ ଭାରତ ତା’ର ପାରମ୍ପରିକ ଜର୍ସି ବଦଳରେ କମଳା ରଙ୍ଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଛି। ବିଶ୍ୱକପ୍ ମ୍ୟାଚ୍ରେ ଏଯାବତ୍ ଅପରାଜୟ ଥିବା ଭାରତ ଇଂଲଣ୍ଡକୁ କିପରି ଭାବେ ମୁକାବିଲା କରିବ ଏବେ ସମସ୍ତଙ୍କ ନଜର ତାହା ଉପରେ ରହିିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଇଂଲଣ୍ଡ ଓ ଭାରତ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ରେ ପାକିସ୍ତାନର ସମର୍ଥକମାନେ ବି ଭାରତକୁ ନିଜର ସମର୍ଥନ ଦେଇଛନ୍ତି।
ବର୍ମିଙ୍ଗହାମ୍ରେ ଖେଳାଯିବାକୁ ଥିବା ଖେଳ ପିଚ୍ ଇଂଲଣ୍ଡ ଟିମ୍ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ଦୁଇ ବର୍ଷ ହେବ ସେ ଏପରି ପିଚ୍ରେ ଖେଳି ନ ଥିବାରୁ ଆଜିର ମ୍ୟାଚ୍ ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍ ବୋଲି ସେମାନେ ପୂର୍ବରୁ ପ୍ରକାଶ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତିଦ୍ୱନ୍ଦ୍ୱୀ ଟିମ୍ ଇଣ୍ଡିଆ ଟିକେ ଭାରି ପଡ଼ିପାରେ ବୋଲି ସେମାନଙ୍କ ମନରେ ଭୟ ବି ରହିିଛି।
Follow Us