Sanju Samson Form Concern: ସାମସନ୍‌ଙ୍କ ପାଇଁ ବନ୍ଦ ହୋଇ ଆସୁଛି ବାଟ

Advertisment

ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦ରେ ମାତ୍ର ପାଞ୍ଚଜଣ ବ୍ୟାଟର୍‌ଙ୍କୁ ଖେଳାଇବାର ସାହସିକ ନିଷ୍ପତ୍ତି ଭାରତୀୟ କ୍ରିକେଟ୍‌ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି।

ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦ରେ ମାତ୍ର ପାଞ୍ଚଜଣ ବ୍ୟାଟର୍‌ଙ୍କୁ ଖେଳାଇବାର ସାହସିକ ନିଷ୍ପତ୍ତି ଭାରତୀୟ କ୍ରିକେଟ୍‌ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି।

Sanju Samson

Sanju Samson Photograph: (BCCI)

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦ରେ ମାତ୍ର ପାଞ୍ଚଜଣ ବ୍ୟାଟର୍‌ଙ୍କୁ ଖେଳାଇବାର ସାହସିକ ନିଷ୍ପତ୍ତି ଭାରତୀୟ କ୍ରିକେଟ୍‌ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ଶୀର୍ଷକ୍ରମ ବିଫଳତା ପରେ ମ୍ୟାଚ୍‌ ଶେଷ ଆଡ଼କୁ ସୂର୍ଯ୍ୟକୁମାରଙ୍କ ସେନା ଆଉ ଜଣେ ବିଶେଷଜ୍ଞ ବ୍ୟାଟର୍‌ଙ୍କ ଅନୁପସ୍ଥିତିକୁ ମର୍ମେମର୍ମେ ଅନୁଭବ କରିଥିଲେ ମଧ୍ୟ ନିରୁପାୟ ହୋଇ ମାତ୍ର ୧୬୫ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଫଳରେ ୫୦ ରନ୍‌ରେ ମ୍ୟାଚ୍‌ ହାରି ୪-୦ରେ ଆଗୁଆ ରହିବାର ସୁଯୋଗ ହରାଇଥିଲା। ତେବେ ଏହି ମ୍ୟାଚ୍‌ ଅନ୍ୟ ଏକ କଥା ଅର୍ଥାତ୍ ଓପନର୍‌ ସଞ୍ଜୁ ସାମସନ୍‌ଙ୍କ ଲଗାତାର ବିଫଳତା ପାଇଁ ମଧ୍ୟ ସମସ୍ତଙ୍କ ନଜରକୁ ଆସିଥିଲା। ସାମସନ୍‌ ଆଉ ଏକ ସୁଯୋଗକୁ ହାତଛଡ଼ା କରିବାକୁ ଯାଇ ମାତ୍ର ୧୫ବଲ୍‌ରୁ ୨୦ ରନ୍‌ କରିଥିଲେ। ପ୍ରତିପକ୍ଷ ଅଧିନାୟକ ତଥା ପୋଖତ ସ୍ପିନର ମିଚେଲ ସାଣ୍ଟନରଙ୍କ ଫ୍ଲାଇଟେଡ୍‌ ବଲ୍‌କୁ ଆଦୌ ବୁଝି ନପାରି କ୍ଲିନ୍ ବୋଲ୍‌ଡ ହୋଇଯାଇଥିଲେ।

ତାଙ୍କ ପାଦ ଚାଳନା ଅତ୍ୟନ୍ତ ଦୁର୍ବଳ ଥିଲା

ଗତ ତିନିଟି ମ୍ୟାଚ୍‌ ଭଳି ଏହି ମ୍ୟାଚ୍‌ରେ ମଧ୍ୟ ତାଙ୍କ ପାଦ ଚାଳନା ଅତ୍ୟନ୍ତ ଦୁର୍ବଳ ଥିଲା। ଯାହା ଫଳରେ ନିଜ ୱିକେଟ୍‌ ବଞ୍ଚାଇବାକୁ ପୁଣି ଥରେ ବିଫଳ ହୋଇଥିଲେ ସେ। ଶୁବମନ୍‌ ଗିଲ୍‌ଙ୍କ ଭଳି ଖେଳାଳିଙ୍କୁ ବାଦ୍ ଦେଇ ଚୟନକର୍ତ୍ତା ତାଙ୍କୁ ବିଶ୍ବକପ୍‌ ଲାଗି ଓପନର୍‌ ଭାବେ ବାଛିବା ସତ୍ତ୍ବେ ଗତ ଚାରିଟି ପାଳିରେ ସାମସନ ମାତ୍ର ୪୦ ରନ୍‌ କରିଛନ୍ତି। ଫଳରେ ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ତାଙ୍କ ସମୟ ସରିସରି ଯାଉଥିବାର ଆଶଙ୍କା ସୃଷ୍ଟି ହୋଇଛି।

ମହତ୍ତ୍ବପୂର୍ଣ୍ଣ ଓପନିଂ ସ୍ଲଟ୍‌ରେ ଖେଳି ଲଗାତାର ବିଫଳ ହେଉଥିବାରୁ ଦଳ ସହ ଅନ୍ୟ ବ୍ୟାଟର୍‌ମାନେ ମଧ୍ୟ ଚାପ ଗ୍ରସ୍ତ ହେଇଛନ୍ତି। ତାଙ୍କ ବିଫଳତା ଲାଗି ହିଁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଚାରିଟି ମ୍ୟାଚ୍‌ରେ ଭାରତର ଓପନିଂ ପାର୍ଟନରସିପ୍‌ ୧୮, ୬, ୦, ୦ରେ ସୀମିତ ରହିଛି। ସେଥିପାଇଁ ତିରୁଅନନ୍ତପୁରମ୍‌ରେ ଶନିବାର ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟ୍ବେଣ୍ଟି-୨୦ରେ ସେ ଖେଳିବେ କି ନାହିଁ, ସେ ଚର୍ଚ୍ଚା ଏବେ ଚାରିଆଡ଼େ ଚାଲିଛି। ତାଙ୍କୁ ମଧ୍ୟ ଓପନର୍‌ ଭାବେ ନ ଖେଳାଇବାକୁ ଭାରତୀୟ କ୍ରିକେଟ୍‌ ଦଳର ସମର୍ଥକମାନେ ଦାବି କରିବା ଆରମ୍ଭ କଲେଣି। ସାମସନ୍‌ଙ୍କ ଫର୍ମରେ ଉନ୍ନତି ପରିଲକ୍ଷିତ ନହେଲେ ତାଙ୍କ ସ୍ଥାନରେ ସମ୍ଭବତଃ ଈଶାନ କିଶନ ଦଳର ଓପନର୍‌-ୱିକେଟ୍‌ ରକ୍ଷକର ଯୁଗଳ ଭୂମିକାରେ ଦେଖିବାକୁ ମିଳିପାରନ୍ତି। ବିଶ୍ବକପ୍ ବେଳକୁ ତିଳକ ବର୍ମା ଫିଟ୍‌ ହୋଇଯାଇଥିବାର ଯଥେଷ୍ଟ ସମ୍ଭାବନା ରହିଛି। ସେ ଫେରିଲେ ଭାରତୀୟ ଦଳରେ ସାମସନଙ୍କ ସ୍ଥାନ ରହିବ କି ନାହିଁ, ତାହା କେବଳ ସମୟ କହିବ।

ଆହୁରି ପଢ଼ନ୍ତୁ: India-EU free trade agreement: ଭାରତ-ଇୟୁ ମୁକ୍ତ ବାଣିଜ୍ୟ ରାଜିନାମା ବିଷୟରେ ୨୪ଟି ୟୁରୋପୀୟ ଭାଷାରେ ପୋଷ୍ଟ କଲେ ମୋଦୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe