ଭାରତ-ନ୍ୟୁଜିଲାଣ୍ଡ ୨ୟ ଦିନିକିଆ: ନ୍ୟୁଜିଲାଣ୍ଡ ୫/୧୧୮

Advertisment
ବିଜୟ ପାଇଁ ଭାରତକୁ ୨୩୧ ରନ୍‌ ଟାର୍ଗେଟ ଦେଲେ ନ୍ୟୁଜିଲାଣ୍ଡ ଟିମ୍‌

ପୁନେ: ନ୍ୟୁଜିଲାଣ୍ଡର ଟମ୍‌ ଲାଥାମ(୩୮) ଭାରତର ୫ମ ଶିକାର ହୋଇଛନ୍ତି। ସେ ୬୨ଟି ବଲ ଖେଳି ଅକ୍ଷର ପଟେଲଙ୍କ ଦ୍ୱାରା ବୋଲ୍‌ଡ ହୋଇ ପାଭଲିୟନକୁ ଫେରିଛନ୍ତି। ଭାରତର ୪ର୍ଥ ଶିକାର ହୋଇଥିଲେ ରସ ଟେଲର। ସେ ୩୩ଟି ବଲ ଖେଳି ୨୧ ରନ୍‌ ସଂଗ୍ରହ କରିବା ପରେ ହାର୍ଦିକ ପାଣ୍ଡ୍ୟାଙ୍କ ବଲ ଧୋନିଙ୍କୁ କ୍ୟାଚ ଦେଇଥିଲେ।

ଟିମ୍‌ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲା ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ବୁଧବାର ଖେଳ ଜାରି ରହିଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ପୂର୍ବରୁ ୭ ଓଭରରେ ୩ଟି ମୂଲ୍ୟବାନ ଓ୍ଵିକେଟ ହରାଇ ସାରିଥିଲା। ଦଳର ପ୍ରଥମ ଓ୍ଵିକେଟ ୨୦ ରନ୍‌ରେ ମାର୍ଟିନ ଗୁପଟିଲ(୧୧), ଦ୍ୱିତୀୟ ଓ୍ଵିକେଟ ୨୫ ରନ୍‌ରେ ଅଧିନାୟକ କେନ ଓ୍ଵିଲିୟମସନ୍‌(୩) ଓ ୩ୟ ଓ୍ଵିକେଟ ୨୭ରନ୍‌ରେ କୋଲିନ ମୁନରୋ (୧୦)ଆଉଟ ହୋଇ ପାଭଲିୟନ ଫେରିଥିଲେ।

ଭୁବନେଶ୍ୱର କୁମାରଙ୍କ ବଲ ଖେଳି ଓ୍ଵିକେଟ କିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ ଗୁପଟିଲ। ଭୁବନେଶ୍ୱର କୁମାରଙ୍କ ଦ୍ୱାରା କୋଲିନ ମୁନରୋ ବୋଲ୍‌ଡ ହୋଇଥିବା ବେଳେ ଓ୍ଵିଲିୟମସନ୍‌ଙ୍କୁ ବୋଲ୍‌ଡ କରିଥିଲେ ଯଶପ୍ରିତ ବୁମରା।

ରିପୋର୍ଟ ଲେଖାଯିବା ବେଳକୁ ନ୍ୟୁଜିଲାଣ୍ଡର ସ୍କୋର ୩୦.୧ ଓଭର ପରିସମାପ୍ତି ପରେ ୧୧୮ ରନ୍‌ ହୋଇଥିବା ବେଳେ ହେନେରୀ ନିକୋଲ ଓ କୋଲିନଗ୍ରାଣ୍ଡହୋମ୍‌ କ୍ରିଜ୍‌ରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe