CNN International
ହାମିଲଟନ୍ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବୁଧବାର ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ୩୮ ରନ୍ କରିଥିବା କୋହଲି ଭାରତୀୟ ଅଧିନାୟକ ଭାବେ ଏହି ଆନ୍ତର୍ଜାତିକ ଫର୍ମାଟ୍ରେ ସବୁଠୁ ଅଧିକ ରନ୍ କରିବାରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପିଯାଇଛନ୍ତି। ଧୋନି (୧୧୧୨ ରନ୍)ଙ୍କୁ ଟପିବା ପାଇଁ କୋହଲିଙ୍କୁ ୨୫ ରନ୍ ଦରକାର ଥିଲା। ତେବେ ସେ ୩୮ ରନ୍ କରି ଏହି କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। କୋହଲି ୩୭ ମ୍ୟାଚ୍ ଖେଳି ୧୧୨୬ ରନ୍ କରିବା ସହିତ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ ପ୍ଲେସିସ୍ (୧୨୭୩) ଓ ନ୍ୟୁଜିଲାଣ୍ଡ୍ର କେନ୍ ୱିଲିୟମସନ୍ (୧୨୪୩) ଏବେ କୋହଲିଙ୍କ ଉପରେ ରହିଛନ୍ତି।
Follow Us