କଲମ୍ବୋ: ରବିବାର ଖେଳାଯିବାକୁ ଥିବା ବହୁପ୍ରତିକ୍ଷୀତ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଲାଗି ଭାରତୀୟ ଦଳ ଶୁକ୍ରବାର ରାତିରେ କଲମ୍ବୋରେ ପହଞ୍ଚିଛି। ଦଳ ସହିତ ବିସ୍ଫୋରକ ଓପନର୍‌ ଅଭିଷେକ ଶର୍ମା ରହିଛନ୍ତି। ଏହା ଦ୍ବାରା ତାଙ୍କ ଖେଳିବା ନେଇ ଆଶାର ସଂଚାର ହୋଇଛି। ତେବେ ତାଙ୍କୁ ଖେଳାଯିବା ସଂପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଶନିବାରର ଅଭ୍ୟାସ୍‌ ପରେ ନିଆଯିବାର ସମ୍ଭାବନା ରହିଛି। ରବିବାର ମ୍ୟାଚ୍‌ ଥିବା ବେଳେ ଭାରତ ହାତରେ ପରିସ୍ଥିତି ସହ ଖାପ ଖୁଆଇବା ଓ ଅଭ୍ୟାସ୍‌ କରିବା ଲାଗି କେବଳ ଶନିବାର ଦିନଟି ଅଛି। 

Advertisment

ଆଇସିସି ଦ୍ବାରା ଧାର୍ଯ୍ୟ ସମୟ ସାରଣୀ ଅନୁସାରେ ପାକିସ୍ତାନ ଦଳ ଶନିବାର ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଓ ଭାରତୀୟ ଦଳ ସଂଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ। ଅର୍ଥାତ୍‌ ଭାରତୀୟ ଦଳ ଆଜି ଫ୍ଲଡ୍‌ଲାଇଟ୍‌ରେ ଅଭ୍ୟାସ କରିବ। ରବିବାରର ମ୍ୟାଚ୍‌ ଫ୍ଲଡ୍‌ଲାଇଟ୍‌ରେ ଖେଳ ହେବାକୁଥିବାବେଳେ ଏହି ଅଭ୍ୟାସ ଭାରତୀୟ ଦଳ ପାଇଁ ପରିସ୍ଥିତିକୁ ଖାପ ଖୁଆଇବାରେ ସହାୟକ ହେବ। ସେପଟେ ଉଭୟ ଦଳ ନିଜ ନିଜର ଅଭ୍ୟାସ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବେ।

ଅଭିଷେକ ଖେଳିବା ନେଇ ସ୍ଥିତି ସ୍ପଷ୍ଟ ହେବ

ଅଭିଷେକ ଶର୍ମା ମଧ୍ୟ ଏହି ସମୟରେ ଅଭ୍ୟାସ କରିବେ। ଏହି ସମୟରେ ଅଭିଷେକଙ୍କ ଫିଟ୍‌ନେସ୍‌ ଉପରେ ନଜର ରଖାଯିବ। ଏହା ଉପରେ ହିଁ ସେ ଖେଳିବା ସଂପର୍କିତ ନିଷ୍ପତ୍ତି ନିଆଯିବ। ଯଦି ତାଙ୍କୁ ଦଳରେ ସାମିଲ କରାନଯାଏ, ତେବେ ତାଙ୍କ ସ୍ଥାନରେ ସଂଜୁ ସାମସନ କିମ୍ବା ଓ୍ବାସିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇପାରେ।

ଆହୁରି ପଢ଼ନ୍ତୁ: Bangladesh Election: ବାଂଲାଦେଶ ହୋଇଯିବ କି ପାକିସ୍ତାନ: ଜୁଲାଇ ଚାର୍ଟର ନେଇ ତାରିକ ରହମାନଙ୍କ ଚିନ୍ତା ବଢ଼ିଲା