India-Pakistan match Photograph: (sambad.in)
କଲମ୍ବୋ: ରବିବାର ହେବାକୁ ଥିବା ଭାରତ ଓ ପାକିସ୍ତାନ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯିବାର ଆଶଙ୍କା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରୁ ୧୫ ତାରିଖରୁ ଶ୍ରୀଲଙ୍କାରେ ବର୍ଷା ଆଶଙ୍କା ରହିଛି।
ଦିନରେ ୬୫% ଓ ରାତିରେ ୨୫% ବର୍ଷା ହେବାର ସମ୍ଭାବନା ରହିଛି
ସୂଚନା ଅନୁସାରେ କଲମ୍ବୋରେ ରବିବାର ଦିନରେ ବର୍ଷା ହେବାର ୬୫ ପ୍ରତିଶତ ଓ ରାତିରେ ୨୫ ପ୍ରତିଶତ ସମ୍ଭାବନା ରହିଛି। ଯଦି ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୁଏ ତେବେ ଉଭୟ ଦଳ ପଏଣ୍ଟ୍ ଭାଗ କରିବେ। କିନ୍ତୁ ବାତିଲ ଘୋଷଣା ପୂର୍ବରୁ ମ୍ୟାଚ୍ ପାଇଁ ସବୁ ପ୍ରକାରର ଉଦ୍ୟମ କରାଯିବ। ଆଇସିସି ନିୟମ ଅନୁସାରେ ଅତି କମରେ ୫-୫ ଓଭର ଖେଳ ହେଲେ ମ୍ୟାଚ୍ର ଫଳାଫଳ ଡିଏଲ୍ ପଦ୍ଧତି ଅନୁସାରେ ହେବ।
କିନ୍ତୁ ଯଦି ୫-୫ ଓଭର ଖେଳ ବି ସମ୍ଭବ ନ ହୁଏ ତେବେ ମ୍ୟାଚ୍କୁ ବାତିଲ ଘୋଷଣା କରାଯିବ ଓ ଉଭୟ ଦଳ ମଧ୍ୟରେ ପଏଣ୍ଟ୍ ଭାଗ କରାଯିବ ଓ ଉଭୟ ଦଳର ନେଟ୍ ରନ୍ ରେଟ୍ ପୂର୍ବପରି ଅପରିବର୍ତ୍ତିତ ରହିବ। ଯଦି ଏପରି ପରିସ୍ଥିତି ଉପୁଜେ ଅର୍ଥାତ୍ ମ୍ୟାଚ୍ ବାତିଲ ହୁଏ, ଭାରତ ୫ ପଏଣ୍ଟ ଓ ୩.୦୫୦ ନେଟ୍ ରନ୍ ରେଟ୍ ସହ ଗ୍ରୁପ‘ଏ’ ଶୀର୍ଷ ସ୍ଥାନ ବଜାୟ ରଖିବ। ଅନ୍ୟପକ୍ଷରେ ପାକିସ୍ତାନ ବି ୫ ପଏଣ୍ଟ ଓ ୦.୯୩୨ ନେଟ୍ ରନ୍ ରେଟ୍ ସହ ଟେବୁଲର ଦ୍ବିତୀୟ ସ୍ଥାନରେ ରହିବ।
ଆହୁରି ପଢ଼ନ୍ତୁ: Two groups of NCP will merge: ଅଜିତ ମୃତ୍ୟୁ ପରେ ମିଶିବେ ଏନସିପିର ଦୁଇ ଗୋଷ୍ଠୀ, ୮୦% ବିଧାୟକ ପ୍ରସ୍ତୁତ: ବିଧାୟକ ହୀରାମଣ ଖୋସ୍କର
Follow Us