ଇଂଲଣ୍ଡରେ ଆୟୋଜିତ ହେବାକୁଥିବା ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ପାଇଁ ମାତ୍ର ୪୮ ଘଣ୍ଟା ମଧ୍ୟରେ ବିକ୍ରି ହୋଇଗଲା ସମସ୍ତ ଟିକେଟ

ଇଂଲଣ୍ଡରେ ଆୟୋଜିତ ହେବାକୁଥିବା ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ପାଇଁ ମାତ୍ର ୪୮ ଘଣ୍ଟା ମଧ୍ୟରେ ବିକ୍ରି ହୋଇଗଲା ସମସ୍ତ ଟିକେଟ

Sports Mirchi

ଇଂଲଣ୍ଡ : ଜୁନ ୧୬ ତାରିଖରେ ପୂରା ବିଶ୍ୱ ଦେଖିବ ହାଇଭୋଲଟେଜ ଲଢେଇ । ବିଶ୍ୱକପ କ୍ରିକେଟରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ । ଯେଉଁ ମ୍ୟାଚ୍ ଦେଖିବାକୁ କ୍ରିକେଟପ୍ରେମୀ ଚାତକ ଭଳି ଚାହିଁ ରହିଛନ୍ତି । ଏସବୁ ଭିତରେ ଏହି ମ୍ୟାଚ୍ ପାଇଁ ମାତ୍ର ୪୮ ଘଣ୍ଟା ମଧ୍ୟରେ ସମସ୍ତ ଟିକେଟ ବିକ୍ରି ଶେଷ ହୋଇଛି ।

ଇଂଲଣ୍ଡରେ ଆୟୋଜିତ ହେବାକୁଥିବା ବିଶ୍ୱକପରେ ଭାରତ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଜୁନ୍ ୧୬ ତାରିଖରେ ଭେଟିବ। ଏହି ମ୍ୟାଚ୍ ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚକୁ ନେଇ ଲୋକଙ୍କ ମଧ୍ୟରେ ଏତେ କ୍ରେଜ୍ ଅଛି ଯେ, ମାତ୍ର ୪୮ ଘଣ୍ଟାରେ ଟିକେଟ୍ ସବୁ ବିକ୍ରି ହୋଇଯାଇଛି।

ଏହି ମ୍ୟାଚ୍ ସମ୍ବନ୍ଧରେ ଅଧିକ ସୂଚନା ପାଇଁ ଆୟୋଜକମାନଙ୍କୁ ଯେଉଁ ଫୋନ୍-କଲ୍ ଯାଉଛି, ସେଥିରେ ଅଧିକାଂଶ ଭାରତୀୟ ଫ୍ୟାନ୍ ହିଁ ରହିଥିବା ସୂଚନା ମିଳିଛି। ଏହି ମଇଦାନରେ ଜୁନ୍ ୨୬ ତାରିଖରେ ଭାରତର ମୁକାବିଲା ୱେଷ୍ଟଇଣ୍ଡିଜ୍ ସହ ହେବ, କିନ୍ତୁ ଏହି ମ୍ୟାଚ୍ ପ୍ରତି ଲୋକଙ୍କ ସେତେଟା ଉତ୍ସାହ ନାହିଁ।

publive-image NDTV Sports

ଏହାପୂର୍ବରୁ ଆତଙ୍କବାଦ ପ୍ରସଙ୍ଗକୁ ନେଇ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଓହରିଯିବାକୁ ଭାରତୀୟ କ୍ରିକେଟପ୍ରେମୀଙ୍କ ପକ୍ଷରୁ ଦାବି ଉଠିଥିଲା । ଏପରିକି ସୌରଭ ଗାଙ୍ଗୁଲିଙ୍କ ସମେତ ଅନେକ ପୂର୍ବତନ ଭାରତୀୟ କ୍ରିକେଟର ପାକିସ୍ତାନ ବିପକ୍ଷ ମ୍ୟାଚକୁ ବୟକଟ କରିବାକୁ କହିଥିଲେ । ଏନେଇ ବିସିସିଆଇ ପ୍ରଶାସକ ସମିତି ମଧ୍ୟ ଆଇସିସିକୁ ଏକ ପତ୍ର ଲେଖି ଏ ବାବଦରେ ଅବଗତ କରିଥିଲା । କିନ୍ତୁ ଆଇସିସି ନିୟମ ଅନୁଯାୟୀ ଏହାକୁ ଖାରଜ କରି ଦିଆଯାଇଥିଲା । କାରଣ ଭାରତ ଯଦି ପାକିସ୍ତାନ ବିପକ୍ଷ ମ୍ୟାଚରୁ ଓହରିଯାଏ ତେବେ ଆଇସିସି ନିୟମ ଅନୁଯାୟୀ ପାକିସ୍ତାନକୁ ୨ ପଏଣ୍ଟ ମିଳିବ ।

ସୂଚନାଯୋଗ୍ୟ, ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏପର‌୍ୟ୍ୟନ୍ତ ୬ ମ୍ୟାଚ୍ ଖେଳାଯାଇଛି। ସବୁଯାକ ମ୍ୟାଚ୍ ଭାରତ ହିଁ ଜିତିଛି। ଟି-୨୦ ବିଶ୍ୱକପରେ ମଧ୍ୟ ପାକିସ୍ତାନ କେବେବି ଭାରତକୁ ହରାଇପାରି ନାହିଁ। ଦୁଇ ଟିମ୍ ମଧ୍ୟରେ ଖେଳାଯାଇଥିବା ୫ଟି ଯାକ ମୁକାବିଲାରୁ ଭାରତ ସବୁଥିରେ ବିଜୟୀ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe