ଏସିଆ କପ୍‌ରେ ପାକିସ୍ତାନ ସହ ଖେଳିବ ନାହିଁ ଭାରତ: ‌କେଦାର ଯାଦବ

ଆସନ୍ତା ମାସରୁ ଏସିଆ କପ୍ ୨୦୨୫ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟ ପାଖେଇ ଆସୁଥିବାରୁ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଉଠୁଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେବ କି ନାହିଁ।

New Project (11)

ନୂଆଦିଲ୍ଲୀ: ଆସନ୍ତା ମାସରୁ ଏସିଆ କପ୍ ୨୦୨୫ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟ ପାଖେଇ ଆସୁଥିବାରୁ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଉଠୁଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେବ କି ନାହିଁ। ଟୁର୍ଣ୍ଣାମେଣ୍ଟ କାର୍ଯ୍ୟସୂଚୀ ଅନୁସାରେ, ଏହି ଦୁଇ ପ୍ରତିଦ୍ୱନ୍ଦ୍ୱୀ ତିନିଥର ମୁହାଁମୁହିଁ ହୋଇପାରନ୍ତି। ଏ‌ହି ଚର୍ଚ୍ଚା ମଧ୍ୟରେ ପ୍ରଶଂସକମାନେ ଜାଣିବାକୁ ଚାହାଁନ୍ତି ଯେ ଭାରତ, ପାକିସ୍ତାନ ବିପକ୍ଷରେ ଖେଳିବ କି ନାହିଁ। ବିଶେଷକରି ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ରହିଛି।

ଏହି ଆକ୍ରମଣର ଜବାବରେ ଭାରତ ସରକାର ପାକିସ୍ତାନ ବିରୋଧରେ ଦୃଢ଼ କୂଟନୈତିକ ପଦକ୍ଷେପ ନେଇ 'ଅପରେସନ୍ ସିନ୍ଦୁର' ନାମକ ଏକ ସେନା ଅଭିଯାନ ଆରମ୍ଭ କରିଥିଲା। ଆକ୍ରମଣ କରି ଭାରତ ପାକିସ୍ତାନକୁ ଉଚିତ୍ ଜବାବ ଦେବା ପରେ ପାକିସ୍ତାନ ଭାରତ ଆସି ଖେଳିବ ନାହିଁ ବୋଲି ମନା କରିଦେଇଥିଲା। ଏଭଳି ବିବାଦ ମଧ୍ୟରେ ଚାମ୍ପିଅନସିପରେ ଦୁଇ ଦଳ ଭେଟିବେ କି ନାହିଁ ତାହା ସ୍ଥିର ହୋଇନାହିଁ। ଏମଧ୍ୟରେ କ୍ରିକେଟରରୁ ରାଜନେତା ପାଲଟିଥିବା କେଦାର ଯାଦବ କହିଛନ୍ତି ଯେ, ଭାରତ ସେପ୍ଟେମ୍ବର ୧୪ରେ ପାକିସ୍ତାନ ବିପକ୍ଷରେ ଖେଳିବ ନାହିଁ।

ସେ କହିଛନ୍ତି ଯେ, ମୁଁ ଭାବୁଛି ଭାରତୀୟ ଦଳ ଆଦୌ ଖେଳିବା ଉଚିତ୍ ନୁହେଁ। ଭାବୁଛି ଭାରତ ଯେଉଁଠାରେ ବି ଖେଳିଲେ, ସେ ସର୍ବଦା ଜିତିବ। କିନ୍ତୁ ଏହି ମ୍ୟାଚ୍ ଆଦୌ ଖେଳାଯିବା ଉଚିତ୍ ନୁହେଁ। ମୁଁ ଆତ୍ମବିଶ୍ୱାସର ସହିତ କହିପାରିବି ଯେ ଭାରତ, ପାକିସ୍ତାନ ସହ ଖେଳିବ ନାହିଁ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe