ବିରାଟ ବିଜୟ ପରେ ପାକିସ୍ତାନୀ ରିପୋର୍ଟରଙ୍କ ଏହି ପ୍ରଶ୍ନର ସ୍ମିତହାସ୍ୟ ଦେଇ ମଜାକିଆ ଉତ୍ତର ଦେଲେ ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ରୋହିତ ଶର୍ମା

ବିରାଟ ବିଜୟ ପରେ ପାକିସ୍ତାନୀ ରିପୋର୍ଟରଙ୍କ ଏହି ପ୍ରଶ୍ନର ସ୍ମିତହାସ୍ୟ ଦେଇ ମଜାକିଆ ଉତ୍ତର ଦେଲେ ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ରୋହିତ ଶର୍ମା

Mathrubhumi

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ ୨୦୧୯ରେ ଭାରତଠାରୁ ଶୋଚନୀୟ ଭାବେ ପରାଜିତ ହୋଇଛି ପାକିସ୍ତାନ। ଭାରତର ଏହି ବିଶାଳ ବିଜୟର ଶ୍ରେୟ ପୂରା ଟିମ୍‌କୁ ଯାଉଥିବା ବେଳେ ଏହି ମ୍ୟାଚ୍‌ର ହିରୋ ସାଜିଛନ୍ତି ରୋହିତ ଶର୍ମା। ସେ ୧୧୩ ବଲ୍‌ରେ ୧୪୦ ରନ୍‌ କରି ଭାରତର ବିଜୟରେ ନିଜର ବିରାଟ ଅଂଶିଦାରିତା ପ୍ରଦର୍ଶନ କରିଛନ୍ତି।

ଭାରତ ବିଜୟ ଲାଭ କରି ସାରିବା ପରେ ଟିମ୍‌ ଇଣ୍ଡିଆର ‘ମ୍ୟାନ୍‌ ଅଫଇ ଦ ମ୍ୟାଚ୍‌’ ରୋହିତ ଶର୍ମାଙ୍କୁ ଜଣେ ପାକିସ୍ତାନୀ ରିପୋର୍ଟର ପଚାରିଥିବା ଏକ ପ୍ରଶ୍ନର ମଜାକିଆ ଉତ୍ତର ଦେଇଛନ୍ତି ରୋହିତ।

publive-image Newsdig.in

ପାକିସ୍ତାନୀ ରିପୋର୍ଟର ଜଣକ ପଚାରିଥିଲେ କି ‘ପାକିସ୍ତାନୀ ବ୍ୟାଟ୍‌ସମ୍ୟାନମାନଙ୍କୁ ଆପଣ କି ଉପଦେଶ ଦେବେ?’ ରିପୋର୍ଟରଙ୍କର ଏହି ପ୍ରଶ୍ନରେ ସ୍ମିତହାସ ଦେଇ ରୋହିତ କହିଛନ୍ତି, ‘ଏବେ କେମିତି କହିପାରିବି। ଯଦି ମୁଁ ପାକିସ୍ତାନ ଟିମ୍‌ର କୋଚ୍‌ ହେବି ଯାଇ ସେବେ ହିଁ କହିପାରିବି।’

ରୋହିତ କରିଥିବା ସମସ୍ତ ଶତକ ଭିତରୁ ଏଥରର ଶତକକୁ କେଉଁ ର‍୍ୟାଙ୍କ୍‌ ଦେବେ ବୋଲି ପଚାରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହନ୍ତି କି ଦେଶ ପାଇଁ ଖେଳିବା ବେଳେ ନିଜ ଦକ୍ଷତାକୁ ର‍୍ୟାଙ୍କ୍‌ ଦେବା ଏକ କଷ୍ଟକର କାମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe