India VS South Africa 3rd ODI Photograph: (sambad.in)
ନୂଆଦିଲ୍ଲୀ: ଟସ୍ ଜିତିଲା ଭାରତ। ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତୀୟ ଦଳ। ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଦକ୍ଷିଣ ଆଫ୍ରିକା। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ଆଜି ବିଶାଖାପାଟଣାର ଡକ୍ଟର ୱାଇଏସ୍ ରାଜଶେଖର ରେଡ୍ଡୀ ଏସିଏ-ବିଡିସିଏ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ଅଛନ୍ତି କେଏଲ୍ ରାହୁଲ। ଅନ୍ୟପକ୍ଷରେ ଟେମ୍ବା ବାବୁମା ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଅଛନ୍ତି। ଦିନ ୧.୩୦ରୁ ମ୍ୟାଚ୍ ଆରମ୍ଭ ହେବ।
ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି
ଏହି ମ୍ୟାଚ୍ ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି। ଯେଉଁ ଦଳ ଜିତିବ ସେ ସିରିଜ୍ କବ୍ଜା କରିବ। ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୧୭ ରନ୍ରେ ଚମତ୍କାର ବିଜୟ ହାସଲ କରିଥିଲା। ଏହା ପରେ, ଦକ୍ଷିଣ ଆଫ୍ରିକା ରାୟପୁର ଦିନିକିଆରେ ପ୍ରତ୍ୟାବର୍ତ୍ତନ କରିଥିଲା ​​ଏବଂ ୪ ୱିକେଟରେ ବିଜୟୀ ହୋଇଥିଲା।
ପ୍ଲେଇଂ ଇଲେଭେନରେ କରାଯାଇଛି ପରିବର୍ତ୍ତନ
ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳର ପ୍ଲେଇଂ ଇଲେଭେନରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ୱାଶିଂଟନ୍ ସୁନ୍ଦରଙ୍କ ସ୍ଥାନରେ ତିଲକ ବର୍ମାଙ୍କୁ ସୁଯୋଗ ମିଳିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଆଘାତ ଯୋଗୁଁ ନାନ୍ଦ୍ରେ ବର୍ଗର ଏବଂ ଟୋନି ଡି ଜୋରଜିଙ୍କ ସ୍ଥାନରେ ଦ୍ରୁତ ବୋଲର ଓଟନିଏଲ୍ ବାର୍ଟମ୍ୟାନ୍ ଏବଂ ବ୍ୟାଟ୍ସମ୍ୟାନ୍ ରିଆନ୍ ରିକେଲଟନ୍ଙ୍କୁ ଯଥାକ୍ରମେ ସେମାନଙ୍କ ସ୍ଥାନରେ ସୁଯୋଗ ମିଳିଛି।
ତୃତୀୟ ଦିନିକିଆ ପାଇଁ ଭାରତର ପ୍ଲେଇଂ ଇଲେଭେନ୍: ରୋହିତ ଶର୍ମା, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ଋତୁରାଜ ଗାଏକୱାଡ, ତିଲକ ବର୍ମା, କେ.ଏଲ୍ ରାହୁଲ (ଅଧିନାୟକ), ରବିନ୍ଦ୍ର ଜାଦେଜା, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂ ଏବଂ ପ୍ରସାଦ କୃଷ୍ଣ।
ଆହୁରି ପଢ଼ନ୍ତୁ: Sri Lanka Floods: ଛୋଟ ଦେଶରେ ବଡ଼ ବିପର୍ଯ୍ୟୟ: କାନ୍ଦୁଛି କଲମ୍ବୋ-ଶ୍ରୀଲଙ୍କା ଛାତିରେ କୋହ, ଦଶ ଦିନରେ ବଦଳିଗଲା ଦୃଶ୍ୟ...
Follow Us