ରାୟପୁର: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା। ଆଜି ରାୟପୁରର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଟସ୍ ଜିତିବା ପରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟ ମ୍ୟାଚ୍କୁ ଟିମ୍ ଇଣ୍ଡିଆ ୧୭ ରନ୍ରେ ଜିତିଥିଲା। ଏବେ ଏହି ମ୍ୟାଚ୍ରେ କେଉଁ ଦଳ ବାଜି ମାରିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ
ଆଜି ପର୍ଯ୍ୟନ୍ତ, ରାୟପୁରରେ କେବଳ ଗୋଟିଏ ଦିଦିକିଆ ଖେଳାଯାଇଥିଲା। ଜାନୁଆରି ୨୧, ୨୦୨୩ରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍କୁ ଭାରତୀୟ ଦଳ ୮ ୱିକେଟରେ ଜିତିଥିଲା। ତେବେ ଆଜି ଖେଳାଯାଉଥିବା ମ୍ୟାଚ୍ ପାଇଁ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ରାଞ୍ଚିରେ ଖେଳିଥିବା ଦଳ ହିଁ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବେ।
ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ
ରାଞ୍ଚିରେ ରୋମାଞ୍ଚକର ବିଜୟ ହାସଲ କରିବା ପରେ ରାୟପୁରରେ ଆଜି ଖେଳାଯାଉଥିବା ଦ୍ବିତୀୟ ଦିନିକିଆରେ ଶୃଙ୍ଖଳା ବିଜୟ ମୁଣ୍ଡି ମାରିବା ଲକ୍ଷ୍ୟରେ ରହିବ ଭାରତ। ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ଥିବା ଭାରତ ଏହି ମ୍ୟାଚ୍କୁ ଜିତିଲେ ଟେଷ୍ଟ୍ ଶୃଙ୍ଖଳା ପରାଜୟର ବି ମଧୁର ପ୍ରତିଶୋଧ ନେଇ ପାରିବ। ଏଥିଲାଗି କିନ୍ତୁ ସବୁ ଦିଗରେ ପୁଣି ଥରେ ଟିମ୍ ଇଣ୍ଡିଆକୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ। ରାଞ୍ଚିରେ ଦକ୍ଷିଣ ଆଫ୍ରିକା ହାରିଥିଲେ ବି ନିଜ ବ୍ୟାଟିଂ ଦମ୍ ଦେଖାଇ ସାରିଛି। ଏଣୁ ଭାରତୀୟ ବ୍ୟାଟର୍ଙ୍କ ସହ ବୋଲରଙ୍କୁ ମଧ୍ୟ ରାୟପୁରରେ ଶୃଙ୍ଖଳିତ କ୍ରିକେଟ୍ ଖେଳିବାକୁ ହେବ। ଏହା ନହେଲେ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାକୁ ଫେରିବାର କୌଣସି ଗୋଟିଏ ହେଲେ ବି ସୁଯୋଗ ହାତଛଡ଼ା କରିବନି। ପୁଣି ଏହି ମ୍ୟାଚ୍ରେ ନିୟମିତ ଅଧିନାୟକ ତେମ୍ବା ବଭୁମାଙ୍କ ପ୍ରତ୍ୟାବର୍ତ୍ତନ ଏକପ୍ରକାର ନିଶ୍ଚିତ ଥିବାରୁ ଦକ୍ଷିଣ ଆଫ୍ରିକାର ଶକ୍ତି ନିଶ୍ଚିତ ବଢ଼ିବ।
ଆହୁରି ପଢ଼ନ୍ତୁ: Man Rescued by a Boatman: ବୁଡ଼ି ଯାଉଥିବା କାର୍ ଭିତରୁ ଯୁବକଙ୍କୁ ଉଦ୍ଧାର କଲେ ନାଉରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/03/india-vs-south-africa-2025-12-03-13-11-28.jpg)