ମୁମ୍ବାଇ: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂଭାରତୀୟ ଦଳର ଦୁଇ ଭେଟେରାନ୍ ତାରକା ଗୌତମ ଗମ୍ଭୀର ଓ ରୋହିତ ଶର୍ମାଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ। ତିନି ଜଣଙ୍କ ବ୍ୟକ୍ତିଗତ ସଂପର୍କ ବି ଆଦୌ ଭଲ ନାହିଁ। ଯାହା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ଅବସରରେ ମଧ୍ୟ ସ୍ପଷ୍ଟ ବାରି ହେଉଥିଲା। ଭାରତୀୟ ଦଳର ବିଜୟ ପରେ ଗମ୍ଭୀରଙ୍କୁ କୋହଲି ସଂପୂର୍ଣ୍ଣ ଅଣଦେଖା କରିଥିଲା ବେଳେ ପରବର୍ତ୍ତୀ ସମୟରେ ଗମ୍ଭୀର-ରୋହିତ କୌଣସି ପ୍ରସଙ୍ଗକୁ ନେଇ ହୋଟେଲ ଲବିରେ ଢେର ସମୟ ପର୍ଯ୍ୟନ୍ତ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଥିଲା। କୋହଲି କିନ୍ତୁ ଏହି ଆଲୋଚନାରେ ଯୋଗଦେଇ ନଥିଲେ। ଏହି ତିନି ଜଣଙ୍କ ମଧ୍ୟରେ ଆଦୌ ସମନ୍ବୟ ନଥିବାର ସୂଚନା ମଧ୍ୟ ମିଳିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗମ୍ଭୀର ଯେତେବେଳେ ରାହୁଲ ଦ୍ରାବିଡ଼ଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ଏମାନଙ୍କ ସଂପର୍କ ବହୁତ ଭଲ ଥିଲା। ହେଲେ ଅଷ୍ଟ୍ରେଲିଆ ଗସ୍ତ ପରେ ସବୁକିଛି ବଦଳି ଯାଇଥିଲା।
Sports Awards : ୬ରେ ପ୍ରଦାନ କରାଯିବ ଏସଏସ୍ଆଇ କ୍ରୀଡ଼ା ପୁରସ୍କାର
ଗମ୍ଭୀର ଅଧିକରୁ ଅଧିକ ଯୁବ ଖେଳାଳିଙ୍କୁ ଦଳରେ ରଖିବାକୁ ଚାହୁଥିଲା ବେଳେ ରୋହିତ, କୋହଲି ହଠାତ୍ ଟେଷ୍ଟ୍ରୁ ଅବସର ଘୋଷଣା କରିବା ସ୍ଥିତିକୁ ଆହୁରି ଜଟିଳ କରିଦେଇଥିଲା। ଏମାନଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏପରିକି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଅବସରରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ କୋହଲିଙ୍କ ସଂପର୍କ ମଧ୍ୟ ଭଲ ନଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଉଭୟ ରୋହିତ ଓ କୋହଲି ଫେରିବା ପରେ ଡ୍ରେସିଂ ରୁମ୍ ପରିବେଶ ବି ବଦଳି ଯାଇଥିଲା। ଗମ୍ଭୀର ଓ ଦଳର ଦୁଇ ବରିଷ୍ଠ ଖେଳାଳି ପରସ୍ପରକୁ ଆଡ଼ ଆଖିରେ ନଦେଖିବାର ପ୍ରଭାବ ମଧ୍ୟ ଯୁବ ଖେଳାଳିଙ୍କ ଉପରେ ମଧ୍ୟ ପଡ଼ିଥିଲା। ଏହି ଧାରା ଜାରି ରହିଲେ ଦଳର ପ୍ରଦର୍ଶନ ଆହୁରି ପ୍ରଭାବିତ ହୋଇପାରେ ମଧ୍ୟ ସଂପୃକ୍ତ ରିପୋର୍ଟରେ ଚେତାଇ ଦିଆଯାଇଛି। ଏସବୁକୁ ନେଇ ବିସିସିଆଇ କ୍ଷୁବ୍ଧ ରହିଛି। କୋହଲି, ରୋହିତଙ୍କ ପ୍ରଶଂସକମାନେ ଗମ୍ଭୀରଙ୍କୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରିବା ଏବଂ ତାଙ୍କୁ ନିୟମିତ ଟ୍ରୋଲ୍ କରିବା ବି ବିସିସିଆଇକୁ ଚିନ୍ତାରେ ପକାଇଛି।
Rohit Sharma: ପୂର୍ବତନ ପାକ୍ କ୍ରିକେଟ୍ରଙ୍କୁ ଟପିଲେ ରୋହିତ, ଦିନିକିଆ କ୍ରିକେଟ୍ରେ କଲେ ‘ଛକା’ର ବିଶ୍ବ ରେକର୍ଡ
ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଭାରତୀୟ କ୍ରିକେଟ୍ର ଦୁଇ ମହାରଥୀ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭିତରେ ଶୀତଳ ଯୁଦ୍ଧ ଚାଲିଥିବାର ଆଭାସ ବିସିସିଆଇକୁ ମଧ୍ୟ ମିଳିଛି। ତା’ ସହିତ ଦକ୍ଷିଣ ଆଫ୍ରିକାଠାରୁ ୦-୨ରେ ଟେଷ୍ଟ୍ ଶୃଙ୍ଖଳା ପରାଜୟ ନେଇ ମଧ୍ୟ ବୋର୍ଡର ବରିଷ୍ଠ କର୍ମକର୍ତ୍ତାମାନେ ବିଶେଷ ଖୁସି ନାହାନ୍ତି। ଏଣୁ ଦଳ ଚୟନରେ ସ୍ଥିରତା ସହ ଡ୍ରେସିଂ ରୁମ୍ ବାତାବରଣକୁ ସହଜ କରିବା ଲାଗି ବିସିସିଆଇ ବୁଧବାର ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ ପୂର୍ବରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛି। ବୈଠକରେ ସଂପାଦକ ଦେବଜିତ ସାଇକିଆ, ଯୁଗ୍ମ ସଂପାଦକ ପ୍ରଭତେଜ ସିଂହ ଭାଟିଆ, ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଆଉ କେତେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଭାରତୀୟ ଦଳର ସାଂପ୍ରତିକ ସ୍ଥିତି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ। ସଭାପତି ମିଥୁନ ମନହାସ ଏହି ବୈଠକରେ ଉପସ୍ଥିତ ରହିବେ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ଏହି ବୈଠକରେ ଦଳରେ ବାରମ୍ବାର ଅଦଳ ବଦଳ ପରିବର୍ତ୍ତେ ସ୍ଥିରତା ରଖି, ଖେଳାଳିଙ୍କୁ ସୁରକ୍ଷାର ଭାବନା ପ୍ରଦାନ କରିବା ହିଁ ମୁଖ୍ୟ ଆଲୋଚନାର ବିଷୟ ହେବ। ଆସନ୍ତାବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ପ୍ରସ୍ତୁତିକୁ ନେଇ ମଧ୍ୟ ଆଲୋଚନା ହେବ। କୋହଲି, ରୋହିତ ଓ ଗମ୍ଭୀରଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଯୋଗାଯୋଗ ମଧ୍ୟ ଅନ୍ୟତମ ବିଷୟବସ୍ତୁ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/02/fshfshsfhxvb-2025-12-02-01-52-48.jpg)