ଭୁବନେଶ୍ୱର: କ୍ରୀଡା ବିଜ୍ଞାନ ଓ କ୍ରୀଡା ପ୍ରୋତ୍ସାହନ ସଂସ୍ଥା ଏସଏସ୍ଆଇ ଭୁବନେଶ୍ୱରରେ ଭାରତୀୟ କ୍ରୀଡାକୁ ନେଇ ଏକ ଉଲ୍ଲେଖନୀୟ ଉତ୍ସବ ପାଳନ କରିବାକୁ ଯାଉଛି । ଡ.ସାର୍ଥକ ପଟନାୟକ ଏବଂ ସୋମ୍ୟା ପଟନାୟକଙ୍କ ଦ୍ୱାରା ସ୍ଥାପିତ ଏସଏସଆଇ ପକ୍ଷରୁ ଆସନ୍ତା ୬ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଏସଏସ୍ଆଇ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ । ଏହାର ପରଦିନ ଅର୍ଥାତ୍ ଡିସେମ୍ବର ୭ ତାରିଖରେ କ୍ରୀଡ଼ା ବିଜ୍ଞାନ ସମ୍ମିଳନୀ ( Sports Science Conclave) ଆୟୋଜନ କରାଯିବ ।
ପୁରସ୍କାର ପ୍ରଦାନ ସମାରୋହକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉଦଘାଟନ କରିବେ । ଏହି ଅବସରରେ କ୍ରୀଡା ସଚିବ ସଚିନ ରାମଚନ୍ଦ୍ର ଯାଦବ ଏବଂ ଅତିରିକ୍ତ ଡିଜି ତଥା ପରିବହନ କମିଶନର ଅମିତାଭ ଠାକୁର ଉଦଘାଟନ କରିବେ । ଏଥିରେ ୧୬ଜଣ ବିଶିଷ୍ଟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର କ୍ରୀଡା ବ୍ୟକ୍ତିତ୍ୱ ଏକତ୍ରିତ ହେବ, ଯେଉଁମାନଙ୍କ ମଧ୍ୟରୁ ଅନେକ ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଭ କରିସାରିଛନ୍ତି । ସେମାନଙ୍କର ଅଂଶଗ୍ରହଣ ଏସ୍ଏସ୍ଆଇ ସ୍ପୋର୍ଟସ୍ ନ୍ୟାସନାଲ ଆୱାର୍ଡସର ଏହି ସଂସ୍କରଣକୁ ରାଜ୍ୟରେ ଏଯାବତ୍ ଆୟୋଜିତ ହୋଇଥିବା ସବୁଠାରୁ ସମ୍ମାନଜନକ କ୍ରୀଡା ସମାବେଶ କରି ଗଢିତୋଳୁଛି ଏବଂ ଏହା ଭାରତର ଅଗ୍ରଣୀ କ୍ରୀଡା ସ୍ଥଳ ଭାବରେ ଓଡ଼ିଶାର ବର୍ଦ୍ଧିତ ଭୂମିକାକୁ ଉପସ୍ଥାପନ କରୁଛି ।
ଆହୁରି ପଢନ୍ତୁ : Barabati T20: ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ମ୍ୟାଚ୍ ପାଇଁ ବିକ୍ରି ହେବ ୨,୦୦୦ ଅନ୍ଲାଇନ୍ ଟିକେଟ୍
ସମ୍ମାନିତ ହେବାକୁ ଥିବା ପ୍ରମୁଖ କ୍ରୀଡା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଭାରତୀୟ ଆଇସ୍ ହକି ଟିମ୍ ଅନ୍ତର୍ଭୁକ୍ତ, ଯାହା ବିଶ୍ୱର ଏହି ସବୁଠାରୁ କଷ୍ଟକର କ୍ରୀଡାରେ ନିଜର ମଜଭୁତପଣ ଏବଂ ଅଦମ୍ୟ ଉତ୍ସାହକୁ ନେଇ ଭାରତର ପ୍ରତିନିଧିତ୍ୱ କରୁଛନ୍ତି । ଏଥିସହିତ ରହିଛନ୍ତି ଭାରତର ଅନ୍ୟତମ ଉଜ୍ଜ୍ୱଳତମ ବ୍ୟାଡମିଣ୍ଟନ ପ୍ରତିଭା ଆୟୁଷ ସେଟ୍ଟି; ଆଇକନିକ୍ ସଟ୍-ପୁଟର୍, ଟ୍ରିପଲ ଅଲିମ୍ପିଆନ୍, ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଏବଂ ଭାରତୀୟ ଥ୍ରୋଇଂ ଇଭେଣ୍ଟଗୁଡିକର ଏକ ମଜଭୁତ ସ୍ତମ୍ଭ ଶକ୍ତି ସିଂ; ଅଲିମ୍ପିଆନ୍ ସନ୍ତରଣକାରୀ ଏବଂ ଏକାଧିକ ଜାତୀୟ ରେକର୍ଡଧାରୀ ସଜନ ପ୍ରକାଶ; ଭାରତର ସର୍ବାଧିକ ଚର୍ଚ୍ଚିତ ଟେବଲ ଟେନିସ୍ ଚେହେରା ଅଚାନ୍ତ ଶରଥ କମଲ ଏବଂ ଜାତୀୟ ରେକର୍ଡଧାରୀ ହର୍ଡଲର ତଥା ଭାରତର ଅନ୍ୟତମ ଦ୍ରୁତତମ ଉଦୀୟମାନ ଟ୍ରାକ୍ ତାରକା ଜ୍ୟୋତି ୟାରାଜୀ । ଏମାନେ ସମସ୍ତେ ଉତ୍ସବରେ ଉପସ୍ଥିତ ରହିବ ସମ୍ମାନ ଗ୍ରହଣ କରିବା ସହିତ ପରବର୍ତ୍ତୀ ପିଢିଙ୍କୁ ଉତ୍ସାହ ଓ ପ୍ରେରଣା ଦେବେ ।
ଆହୁରି ପଢନ୍ତୁ : India Vs South Africa : ଦକ୍ଷିଣ ଆଫ୍ରିକାକୁ ୧୭ ରନରେ ପରାସ୍ତ କଲା ଭାରତ
ଏହି କ୍ରୀଡାର ବହୁବିଧ ବିଭାଗ ଓ ଶୃଙ୍ଖଳାରେ ପ୍ରଦାନ କରାଯିବ । ପ୍ରଦାନ କରାଯିବାକୁ ଥିବା ପୁରସ୍କାରଗୁଡ଼ିକ ମଧ୍ୟରେ ରହିଛି କର୍ଣ୍ଣ ପୁରସ୍କାର, ମିଲଖା ସିଂ ସ୍ପ୍ରିଣ୍ଟ ପୁରସ୍କାର । ସେହିପରି ଦିଲୀପ ତିର୍କୀ ଏବଂ ଶକ୍ତି ସିଂଙ୍କ ନାମରେ ନାମିତ ପୁରସ୍କାର ଯଥାକ୍ରମେ ହକି ଓ ଥ୍ରୋଇଂ ଇଭେଣ୍ଟରେ କ୍ରୀଡା ବ୍ୟକ୍ତିତ୍ୱମାନଙ୍କୁ ପ୍ରଦାନ କରାଯିବ । ଏଥିସହିତ ତୃଣମୂଳ ସ୍ତରର କାର୍ଯ୍ୟ, କୋଚିଂ କ୍ଷେତ୍ରରେ ଅବଦାନ, କ୍ରୀଡା ବିଜ୍ଞାନରେ ନବସୃଜନ ଏବଂ ଜୀବନବ୍ୟାପୀ ସେବା ଆଦିରେ ଅନେକ ସମ୍ମାନ ଏହି ଅବସରରେ ପ୍ରଦାନ କରାଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/11/30/sports-award-2025-11-30-22-16-07.jpeg)