ମୋହାଲି ଟି-୨୦: ବିଜୟ ପାଇଁ ବିରାଟ ଯୋଜନା, ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି

Advertisment
ମୋହାଲି ଟି-୨୦: ବିଜୟ ପାଇଁ ବିରାଟ ଯୋଜନା, ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି

ମୋହାଲି: ବର୍ଷା ଯୋଗୁଁ ରବିବାର ଧର୍ମଶାଳାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ଖେଳାଯାଇପାରି ନଥିଲା। ଦ୍ଵିତୀୟ ମ୍ୟାଚ୍‌ ବୁଧବାର ରାତି ୭ଟାରୁ ପଂଜାବର ମୋହାଲି ଷ୍ଟାଡିୟମରେ ଖେଳାଯାଉଛି। ୩ ମ୍ୟାଚ୍‌ ଶୃଙ୍ଖଳା ୨କୁ ଖସି ଆସିଥିବାରୁ ଆଜିର ମୁକାବିଲା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହି ମ୍ୟାଚରେ ବିଜୟୀ ହେବା ପାଇଁ ବିରାଟ କୋହଲି ରଣାନୀତି ପ୍ରସ୍ତୁତ କରିଛନ୍ତି। ଟସ୍‌ ଜିଣି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି।

ଟି-୨୦ ବିଶ୍ୱକପ୍‌ ୧୨ ମାସରୁ ଅଧିକ ସମୟ ରହିଥିଲେ ମଧ୍ୟ ଅଧିନାୟକ ବିରାଟ କୋହଲି ନିଜ ଯୋଜନା ପ୍ରସ୍ତୁତ କରିବାରେ ଲାଗିଛନ୍ତି ଏବଂ ଯୁବ ଖେଳାଳିଙ୍କଠାରୁ ସେ ଅଧିକ ଆଶାରେ ରହିଛନ୍ତି। ଏହି କ୍ରମରେ ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ ଋଷବ ପନ୍ତ୍‌ଙ୍କ ଉପରେ ନଜର ରହିଛି। ଅସ୍ଥିର ପ୍ରଦର୍ଶନ ପାଇଁ ପନ୍ତ୍‌ଙ୍କ ଉପରେ ଚାପ ମଧ୍ୟ ବିଢିଛି।

ଭାରତୀୟ ଟିମ: ରୋହିତ ଶର୍ମା, ଶିଖର ଧାୱନ/କେଏଲ୍‌ ରହୁଲ, ବିରାଟ କୋହଲି, ମନୀଷ ପାଣ୍ଡେ/ଶ୍ରେୟସ ଆୟର, ଋଷବ ପନ୍ତ୍‌ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ୱାସିଂଟନ୍‌ ସୁନ୍ଦର/ରାହୁଲ ଚହର, ଦୀପକ ଚହର, ନଭଦୀପ ସଇନି

ଦକ୍ଷିଣ ଆଫ୍ରିକା ଟିମ: କ୍ୱିଣ୍ଟନ୍‌ ଡି’କକ୍‌ (ଅଧିନାୟକ/ୱିକେଟରକ୍ଷକ), ରିଜା ହେଣ୍ଡ୍ରିକ୍ସ, ରାସି ଭାନ୍‌ ଡେର୍‌ ଦସେନ୍‌, ତେମ୍ବା ବାଭୁମା, ଡେଭିଡ୍‌ ମିଲର, ଆନ୍ଦିଲ ଫେଲୁକ୍ୱାୟୋ, ଡ୍ଵାଇନ୍‌ ପ୍ରିଟୋରିୟସ୍‌, ବର୍ନ ଫର୍ତୁନ/ଜର୍ଜ ଲିଣ୍ଡେ, କାଗିସୋ ରବାଦା, ଜୁନିଆର୍‌ ଡାଲା/ଆନରିଚ୍‌ ନର୍ଜେ, ତାବ୍ରାଇଜ୍‌ ସାସମୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe