ଭାରତୀୟ କ୍ରିକେଟର କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ, ଘୁଞ୍ଚିଲା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ

ଭାରତୀୟ କ୍ରିକେଟର କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ, ଘୁଞ୍ଚିଲା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ । କରୋନା ପଜିଟିଭ ହେବା ପରେ ଘୁଞ୍ଚିଲା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ । ରିପୋର୍ଟ ନଆସିବା ଯାଏଁ ସଙ୍ଗରୋଧରେ ରହିବେ ଅନ୍ୟ ଖେଳାଳି । ଅନ୍ୟ ଖେଳାଳିଙ୍କ ନମୁନା ନେଗେଟିଭ ଆସିବା ପରେ ମ୍ୟାଚ ଖେଳାଯିବ । ତେବେ ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବାର ଥିଲା ।

ଆସନ୍ତାକାଲି ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇପାରେ । କିନ୍ତୁ ଅଧିକ ଖେଳାଳି ସଂକ୍ରମିତ ହେବାର ଆଶଙ୍କା ଥିବାରୁ ବୁଧବାର ମ୍ୟାଚ ହେବା ନେଇ ସନ୍ଦେହ ଉପୁଜିଛି | ଏହି ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମ ଟି-୨୦ରେ କ୍ରୁନାଲ ପାଣ୍ଡ୍ୟା ବୋଲିଂ କରି ୧୬ ରନ ଦେଇ ୧ ୱିକେଟ ହାସଲ କରିଥିଲେ । ଏହାପୂର୍ବରୁ ଭାରତ ୨-୧ରେ ଦିନିକିଆ ସିରିଜରେ ବିଜୟ ହାସଲ କରିଥିଲେ ।

Krunal Pandya Tests COVID Positive, 2nd Sri Lanka vs India T20 postponed Outlook India

ଏହାପୂର୍ବରୁ, ଇଂଲଣ୍ଡର ଭାରତୀୟ ଶିବିରରେ ଋଷଭ ପନ୍ତ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଛାଡ଼ି ଅବଶିଷ୍ଟ ଭାରତୀୟ ଦଳ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଡୁରୁମ୍ ଯାତ୍ରା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe