ତୃତୀୟ ଟି-୨୦: ୱେଷ୍ଟଇଣ୍ଡିଜ୍‌କୁ ୨୪୧ ରନ୍‌ ବିଜୟ ଲକ୍ଷ୍ୟ ଦେଲା ଭାରତ, ରାହୁଲ-ରୋହିତ-କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ

Advertisment
୨-୧ରେ ଶୃଙ୍ଖଳା ଜିତିଲା ଭାରତ, ତୃତୀୟ ଟି-୨୦ରେ ୱେଷ୍ଟଇଣ୍ଡିଜ୍‌ ୬୭ ରନ୍‌ରେ ପରାସ୍ତ

Photo: Hindustan Times

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ଵିକେଟ୍‌ ହରାଇ ୨୪୦ ରନ୍‌ ସଂଗ୍ରହ କରି ୱେଷ୍ଟଇଣ୍ଡିଜ୍‌କୁ ବିଜୟ ପାଇଁ ୨୪୧ ରନ୍‌ ଲକ୍ଷ୍ୟ ଦେଇଛି। ଭାରତର ଓପନର ଲୋକେଶ ରାହୁଲ (୯୧ ରନ୍‌, ୫୬ ବଲ, ୯ ଚୌକା, ୪ ଛକା) ଓ ରୋହିତ ଶର୍ମା (୭୧ ରନ୍‌, ୩୪ ବଲ, ୬ ଚୌକା, ୫ ଛକା) ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଭାରତ ଏକ ବଡ଼ ସ୍କୋର ଠିଆ କରିପାରିଛି । ସେହିପରି ଅଧିନାୟକ ବିରାଟ କୋହଲି (ଅପରାଜିତ ୭୦ ରନ୍‌, ୨୯ ବଲ, ୪ ଚୌକା, ୭ ଛକା) ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ଭାରତର ସ୍କୋରକୁ ଏକ ମଜବୁତ୍‌ ସ୍ଥିତିରେ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ମୁମ୍ବାଇର ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ବୁଧବାର ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା।

publive-image Photo: Hindustan Times

ଇନିଂସ ଆରମ୍ଭରୁ ଓପନର ରୋହିତ ଶର୍ମା ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରିଥିଲେ। ସେ ନିର୍ଭୟରେ ୱେଷ୍ଟଇଣ୍ଡିଜ୍‌ ବୋଲରଙ୍କ ବଲ୍‌କୁ ଖେଳୁଥିଲେ। କେସ୍ରିକ୍‌ ୱିଲିୟମ୍‌ସଙ୍କ ବଲ୍‌ ହେଡେନ୍‌ ୱାଲ୍‌ସଙ୍କୁ କ୍ୟାଚ୍‌ ଦେଇ ରୋହିତ ପାଭଲିଅନ୍‌ ଫେରିଥିଲେ। ରୋହିତ ପଡ଼ିଆରୁ ବିଦାୟ ନେବା ପରେ ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିଲେ ଯୁବ ବ୍ୟାଟସ୍‌ମ୍ୟାନ୍‌ ଋଷବ ପନ୍ତ। ମାତ୍ର ଦୁଃଖର ବିଷୟ ଯେ ପନ୍ତ ଆଜି ପୁଣି ଥରେ ବିଫଳ ହୋଇଥିଲେ। ସେ ୨ଟି ବଲ ଖେଳି ଥିଲେ ମଧ୍ୟ କୌଣସି ରନ୍‌ ନ କରି ପାଭ୍‌ଲିଅନ୍‌କୁ ଫେରି ଯାଇଥିଲେ।

ଭାରତ ୧୩୫ ରନ୍‌ରେ ରୋହିତ ଓ ୧୩୮ ରନ୍‌ରେ ଋଷବଙ୍କୁ ହରାଇବା ପରେ କ୍ରିଜ୍‌କୁ ପ୍ରବେଶ କରିଥିଲେ ଅଧିନାୟକ ବିରାଟ କୋହଲି। ଦର୍ଶକମାନେ କୋହଲିଙ୍କ ବ୍ୟାଟ୍‌ରୁ ଏହି ଇନିଂସର ସର୍ବାଧିକ ୭ଟି ଛକା ଦେଖିବାକୁ ପାଇଥିଲେ। ଭାରତର ଇନିଂସରେ ମୋଟ ୧୯ଟି ଚୌକା ଓ ୧୬ଟି ଛକା ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ୍‌ର ବୋଲର ସେଲଡ୍ରନ୍‌ କଟ୍ରେଲ, କେସ୍ରିକ୍‌ ୱିଲିୟମ୍‌ସ ଓ ଅଧିନାୟକ କିରଣ ପୋଲାର୍ଡ ୧-୧ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe