ବାରବାଟୀ ଦିନିକିଆ: ଶୁକ୍ରବାର ବିଶ୍ରାମ ନେବେ ଖେଳାଳି, ଶନିବାର ଅଭ୍ୟାସ ପାଇଁ କଟକ ଯିବେ

Advertisment

ଆହତ ଚହରଙ୍କ ସ୍ଥାନରେ ସାଇନି

ଆହତ ଚହରଙ୍କ ସ୍ଥାନରେ ସାଇନି

ବାରବାଟୀ ଦିନିକିଆ: ଶୁକ୍ରବାର ବିଶ୍ରାମ ନେବେ ଖେଳାଳି, ଶନିବାର ଅଭ୍ୟାସ ପାଇଁ କଟକ ଯିବେ

କଟକ : ରବିବାର ଦିନିକିଆ ଲାଗି ଶୁକ୍ରବାର ଭାରତ ଓ ୱେଷ୍ଟଇଣ୍ଡିଜ୍ ଖଳାଳିମାନେ ବାରବାଟୀରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ଏହାକୁ ‌ଶେଷ ମୁହୂର୍ତରେ ସ୍ଥଗିତ ରଖା ଯାଇଛି। ଖେଳାଳିମାନେ ଶୁକ୍ରବାର ବିଶ୍ରାମ ନେଲା ପରେ ଶନିବାର ଅଭ୍ୟାସ ପାଇଁ କଟକ ଯିବେ ବୋଲି ଦୁଇ ଦଳର ଲୋକାଲ ମ୍ୟାନେଜର ସରୋଜ କୁମାର କର (ୱେଷ୍ଟଇଣ୍ଡିଜ୍) ଓ ସରୋଜ କୁମାର ସାହୁ (ଭାରତ) ଜଣାଇଛନ୍ତି। ଶନିବାର ସକାଳ ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ ଓ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଭାରତୀୟ ଖେଳାଳିମାନେ ଅଭ୍ୟାସ କରିବେ। ଏଥିପାଇଁ ଅଭ୍ୟାସ ପିଚ୍‌କୁ ପ୍ରସ୍ତୁତ କରାଯାଇଛି।

publive-image

ଓସିଏ ଗେଟ୍‌ ଦେଇ ଖେଳାଳିମାନେ ଯିବାକୁଥିବା ରାସ୍ତାରେ ନୂଆ କାର୍ପେଟ ଲଗାଯାଇଛି। ଡ୍ରେସି˚ ରୁମ୍‌, କର୍ପୋରେଟ ବକ୍ସକୁ ନୂଆ ରୂପ ଦିଆଯାଇଛି। ଖେଳାଳିଙ୍କ ସ୍ବାଗତ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଷ୍ଟାଡିୟମ ଚାରିପଟେ ସେମାନଙ୍କ ପୋଷ୍ଟର ଓ ଫ୍ଲେକ୍ସ ଲଗାଯାଇଛି। ଏହି ଅବସରରେ ସାଧାରଣ ଦର୍ଶକଙ୍କ ପାଇଁ ୬ ନମ୍ବର ଗ୍ୟାଲେରି ଖୋଲା ରହିବ। ଖେଳାଳିଙ୍କ ସୁରକ୍ଷା ପାଇଁ ଅଭ୍ୟାସ ପୂର୍ବରୁ ବୋମା ନିଷ୍କ୍ରିୟକାରୀ ଦଳ, କେ୯ ସ୍କ୍ବାର୍ଡ ଇତ୍ୟାଦି ପଡିଆ ଓ ଗ୍ୟାଲେରି ଯାଞ୍ଚ କରିବେ। ଏହାବାଦ୍‌ ଷ୍ଟାଡିୟମ ଭିତରେ ଓ ବାହାରେ ବ୍ୟାପକ ପୁଲିସ୍‌ ଫୋର୍ସ ନିୟୋଜିତ ରହିବେ।

ଆହତ ଚହରଙ୍କ ସ୍ଥାନରେ ସାଇନି
ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆରେ ୧/୪୮ ବୋଲିଂ ଚିତ୍ର ପାଇଥିବା ଦ୍ରୁତ ବୋଲର ଦୀପକ ଚହର ବୁଧବାର ବିଶାଖାପାଟଣାରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ୭ ଓଭରରେ ୪୪ ରନ୍‌ ବ୍ୟୟ କରି ୱିକେଟ୍‌ ଶୂନ୍ୟ ରହିଥିଲେ। ତେବେ ମ୍ୟାଚ୍‌ ପରେ ସେ ତଳ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ। ବିସିସିଆଇ ଡାକ୍ତରୀ ଦଳ ତାଙ୍କର ପରୀକ୍ଷା କରିବା ପରେ ପୂରା ସୁସ୍ଥ ହେବା ପାଇଁ ଚହରଙ୍କୁ ବିଶ୍ରାମ ଦରକାର ବୋଲି ପ୍ରସ୍ତାବ ଦେଇଛନ୍ତି। ଫଳରେ ଆହତ ଚହର କଟକର ବାରବାଟୀରେ ରବିବାର ଖେଳାଯିବାକୁ ଥିବା ତୃତୀୟ ତଥା ଶୃଙ୍ଖଳା ନିର୍ଣ୍ଣାୟକ ମ୍ୟାଚ୍‌ ନଖେଳିବା ନିଶ୍ଚିତ ହୋଇଯାଇଛି। ବାରବାଟୀ ମ୍ୟାଚ୍‌ ପାଇଁ ତାଙ୍କ ସ୍ଥାନ ନେଇଛନ୍ତି ନଭନୀତ ସାଇନି। ତେଣୁ ଭାରତ ପାଇଁ ୫ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ସାଇନି ରବିବାର ଦିନିକିଆ ଆନ୍ତର୍ଜାତିକ ପଦାର୍ପଣ କରିବା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe