ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ପ୍ରଥମ ଟି-୨୦ ଆସନ୍ତାକାଲି, ହାଇଦ୍ରାବାଦ୍‌ରେ ପୁଣି ଶକ୍ତି ପ୍ରଦର୍ଶନ କରିବ ବିରାଟ ବାହିନୀ

Advertisment
ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ପ୍ରଥମ ଟି-୨୦ ଆସନ୍ତାକାଲି, ହାଇଦ୍ରାବାଦ୍‌ରେ ପୁଣି ଶକ୍ତି ପ୍ରଦର୍ଶନ କରିବ ବିରାଟ ବାହିନୀ

Zee News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ ଶୁକ୍ରବାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ପାଇଁ ପଡ଼ିଆକୁ ଓହ୍ଲାଇବ। ଏହି ମୁକାବିଲା ପାଇଁ ବିରାଟ ବାହିନୀ ପ୍ରସ୍ତୁତ ଅଛି। ଭାରତୀୟ ଟିମ୍‌ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ବିଗତ ୨ ବର୍ଷ ମଧ୍ୟରେ ଗୋଟିଏ ମ୍ୟାଚ୍‌ ହାରି ନାହିଁ। ବିରାଟ ବ୍ରିଗେଡ଼ ନିଜର ଏହି ବିଜୟ ଅଭିଯାନ ଜାରି ରଖି ମୂଳପୋଚ୍ଛ କରିବାକୁ ଉଦ୍ଦେଶ୍ୟ ରଖିଛି। ଭାରତୀୟ ଟିମ୍‌ ୱେଷ୍ଟଇଣ୍ଡିଜ୍‌କୁ ନିଜ ମାଟିରେ ୨୦୧୮ରେ ୩-୦ରେ ପରାସ୍ତ କରିଥିଲା। ଏହା ପରେ ଚଳିତ ବର୍ଷ ୱେଷ୍ଟଇଣ୍ଡିଜ୍‌କୁ ତା’ର ମାଟିରେ ୩-୦ରେ ପରାସ୍ତ କରିଛି।

ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ର ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ହାଇଦ୍ରାବାଦରେ ଖେଳାଯିବ। ଏଠାରେ ଉଭୟ ଟିମ୍‌ ମଧ୍ୟରେ ୧୫ତମ ମ୍ୟାଚ ଖେଳାଯାବାର ଅଛି। ଭାରତ ହାଇଦ୍ରାବାଦ୍‌ ପଡ଼ିଆରେ ୮ଟି ମ୍ୟାଚ୍‌ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ୫ଟିରେ ବିଜୟୀ ହୋଇଛି। ଭାରତ ବିଗତ ୨ ବର୍ଷ ମଧ୍ୟରେ ୱେଷ୍ଟଇଣ୍ଡିଜ୍‌କୁ କ୍ରମାଗତ ଭାବେ ୬ଟି ମ୍ୟାଚ୍‌ରେ ପରାସ୍ତ କରିଛି।

ଭାରତୀୟ ଟିମ୍‌: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ସଂଜୁ ସାମସନ, କେଏଲ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ, ଶିବମ ଦୁବେ, ଓ୍ଵାସିଂଟନ ସୁନ୍ଦର, ରବୀନ୍ଦ ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଦୀପକ ଚହର, ମହମ୍ମଦ ସାମି, ଭୁବନେଶ୍ୱର କୁମାର।

ୱେଷ୍ଟଇଣ୍ଡିଜ୍‌ ଟିମ୍‌: କିରଣ ପୋଲାର୍ଡ (ଅଧିନାୟକ), ଫାବିୟାନ ଏଲାନ, ଶେଲଡନ କ୍ରାଟେଲ, ଶିମରନ ହେଟମେୟାର, ଜେସନ ହୋଲ୍‌ଡର, କିମା ପଲ, ବ୍ରେଣ୍ଡନ କିଙ୍ଗ, ଏଭିନ ଲୁଇସ, ଏଭିନ ଲୁଇସ, ଖେରି ପିୟରେ, ନିକୋଲାସ ପୁରଣ, ଦିନେଶ ରାମଦିନ, ଶେରଫେନ ରଦରଫୋର୍ଡ, ଲେଣ୍ଡଲ ସିମସନ, କେସରିକ ଓ୍ଵିଲିୟମ, ହେଡନ ଓ୍ଵାଲ୍ସ ଜୁନିୟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe