ଆଜି ଖେଳାଯିବ ଭାରତ-ଜିମ୍ବାୱେ ଚତୁର୍ଥ ଟି-୨୦ ମ୍ୟାଚ୍‌

Advertisment
ଆଜି ଖେଳାଯିବ ଭାରତ-ଜିମ୍ବାୱେ ଚତୁର୍ଥ ଟି-୨୦ ମ୍ୟାଚ୍‌

ନୂଆଦିଲ୍ଳୀ: ଆଜି ଖେଳାଯିବ ଭାରତ-ଜିମ୍ବାୱେ ଚତୁର୍ଥ ଟି-୨୦। ୫ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି ଭାରତୀୟ ଟିମ୍। ଆଜିର ମ୍ୟାଚ ଜିତି ଟିମ୍ ଇଣ୍ଡିଆ ସିରିଜ୍ ବିଜୟ ନେଇ ଲକ୍ଷ୍ୟ ରଖିଛି। ସେପଟେ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରି ସିରିଜ ବରାବର କରିବା ଲକ୍ଷରେ ରହିଛି ଜିମ୍ବାୱେ ଟିମ୍। ପ୍ରଥମ ମ୍ୟାଚରେ ଭାରତ ପରାଜୟ ଭୋଗିଥିବା ବେଳେ ପରବର୍ତ୍ତୀ ୨ଟି ଯାକ ମ୍ୟାଚରେ ଭଲ ପ୍ରଦର୍ଶନ କରିଛି। ୩ ବରିଷ୍ଠ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଦେଜା ଟି-୨୦ ଫର୍ମାଟରୁ ଅବସର ନେଇ ସାରିଥିବା ବେଳେ ଏହି ସିରିଜରେ ନୂଆ ଚେହେରାଙ୍କ ପ୍ରଦର୍ଶନ ବଳରେ ନୂଆ ପିଢୀର ଯୁଗ ଆରମ୍ଭ ହେବାକୁ ଯାଉଥିବା ଭାରତୀୟ କ୍ରୀଡାପ୍ରେମୀଙ୍କ ମତ ରହିଛି।

ଆଜିର ମ୍ୟାଚରେ ଜିମ୍ବାୱେ ଉପରେ ପ୍ରଭାବ ବିସ୍ତାର କରି ସିରିଜ୍ କବଜା କରିବା ଲକ୍ଷରେ ରହିଛନ୍ତି ଅଧିନାୟକ ଶୁଭମନ୍ ଗିଲ ଓ ଟିମ୍ ଇଣ୍ଡିଆ। ସେପଟେ ସିରିଜ ବରାବର ଲକ୍ଷରେ ରହିଛି ପ୍ରତିପକ୍ଷ ଟିମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe