ଭାରତ-ଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ୍‌ ଆଜିଠୁ

ଭାରତ-ଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ୍‌ ଆଜିଠୁ

India West Indies Cricket

ହାଇଦ୍ରାବାଦ: ଭାରତ-ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ଟେଷ୍ଟ ଶୁକ୍ରବାରଠାରୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତ ପାଇଁ ୨-୦ରେ ଶୃଙ୍ଖଳା ପୋଛିବାର ସୁଯୋଗ ରହିବ। ଅନ୍ୟପକ୍ଷରେ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ବରଣ କରିଥିବା ଇଣ୍ଡିଜ୍ ଦଳ ଦ୍ବିତୀୟ ଟେଷ୍ଟକୁ ଜିତି ଶୃଙ୍ଖଳା ଅମୀମାଂସିତ ରଖିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ରାଜକୋଟରେ ଇଣ୍ଡିଜ୍ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପୂରା ବିଫଳ ହୋଇଥିଲା। ଦ୍ବିତୀୟ ତଥା ‌େଶଷ ଟେଷ୍ଟ ପୂର୍ବରୁ ପ୍ରମୁଖ ବୋଲର ସାନନ ଗାବ୍ରିଏଲ ଶତ ପ୍ରତିଶତ ସୁସ୍ଥ ନରହିବା ଏହି ଦଳର ସ୍ଥିତିକୁ ଆହୁରି ସଂଗିନ କରିଛି। ୨୦୧୧ ଅଷ୍ଟ୍ରେଲିଆ ଗସ୍ତରେ ୦-୪ରେ ପରାଜିତ ହେବା ପରେ ଇଣ୍ଡିଜକୁ ୨-୦ରେ ହରାଇ ଭାରତ ତା’ ଆତ୍ମବିଶ୍ବାସ ଫେରି ପାଇଥିଲା। ଏଥର ଇଂଲଣ୍ଡଠାରୁ ୩-୧ରେ ପରାଜିତ ହେବା ପରେ ଭାରତ ପୁଣି ସେହି ଇଣ୍ଡିଜକୁ ଭେଟୁଛି। ଏଣୁ ୨-୦ ବିଜୟ ପାଇ ଏଥରର ଅଷ୍ଟ୍ରେଲିଆ ଗସ୍ତ ପାଇଁ ମନୋବଳ ବଢ଼ାଇବାର ସୁଯୋଗ ଭାରତ ପାଇଯାଇଛି। ରାଜକୋଟରେ ଲଜ୍ଜିତ ହେବା ପରେ ଇଣ୍ଡିଜ୍ ତା’ଚୂଡ଼ାନ୍ତ ଦଳରେ କେତେକ ପରବର୍ତନ କରିବାକୁ ବାଧ୍ୟ। ତେବେ ଭାରତ କୌଣସି ପରିବର୍ତନ କରିବ ନାହିଁ ବୋଲି ଗୁରୁବାର ସ୍ପଷ୍ଟ କରି ଦେଇଛି। ରାଜକୋଟ ପିଚ୍ ଭଳି ହାଇଦ୍ରାବାଦ ପିଚ୍ ମଧ୍ୟ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe