ନୂଆଦିଲ୍ଲୀ: ୨୦୧୮କୁ ବିଦାୟ ଦେଇ ୨୦୧୯କୁ ସ୍ୱାଗତ ଦେବାକୁ ସମସ୍ତେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ୨୦୧୮ରେ ଏମିତି କିଛି ମୁହୂର୍ତ୍ତ ଆସିଛି, ଯାହାକୁ ନେଇ ଭାରତ ଗର୍ବ ଅନୁଭବ କରିଛି। ଏହି କ୍ରମରେ ଆସନ୍ତି ଏହି ଭାରତୀୟ କନ୍ୟା, ଯେଉଁମାନେ କି ସେମାନଙ୍କ କଠିନ ପରିଶ୍ରମ ବଳରେ ଦେଶ ପାଇଁ ଗୌରବ ଆଣିଥିଲେ।
/sambad/media/post_attachments/wp-content/uploads/2018/12/avani-601-1545809679.jpg)
ଅବାନି ଚତୁର୍ବେଦୀ: ଭାରତୀୟ ବାୟୁସେନାର ଫ୍ଲାଇଂ ଅଫିସର ଅବନୀ ଚତୁର୍ବେଦୀ ଏକାକି ମିଗ-୨୧ ଫାଇଟର ପ୍ଲେନ୍ ଉଡାଇ ଇତିହାସ ରଚିଥିଲେ। ଫେବ୍ରୁଆରି ୧୯ ସକାଳେ ଅବାନି ଗୁଜରାଟର ଜାମନଗର ଏୟରବେସରୁ ମିଗ-୨୧ ଫାଇଟର ପ୍ଲେନ୍ ଉଡାଇ ସଫଳତା ସହ ନିଜ ଲକ୍ଷ୍ୟ ପୂରଣ କରିଥିଲେ। ଏକାକି ଫାଇଟର ଏୟାରକ୍ରାପ୍ଟ ଉଡାଇ ଥିବା ଭାରତର ସେ ପ୍ରଥମ ମହିଳା।
/sambad/media/post_attachments/wp-content/uploads/2018/12/insv-tarini-kbc-200-1538203068-1545809751.jpg)
ଆଇଏନ୍ଏସ୍ବି ତାରିଣୀ: ଆଇଏନ୍ଏସ୍ବି ତାରିଣୀ ଟିମ୍ର ଏହି ଛଅଜଣ ଲେଡି ଅଫିସର ୨୫୪ଦିନରେ ତିନିଟି ମହାସାଗର, ଚାରିଟି ମହାଦ୍ୱୀପ ଓ ପାଞ୍ଚଟି ଦେଶକୁ ଘୂରି ନୂଆ ଇତିହାସ ଲେଖିଥିଲେ। ଉତ୍ତରାଖଣ୍ଡର ପୋଡିରେ ବସବାସ କରୁଥିବା ଲେଫଟନେଣ୍ଟ କମାଣ୍ଡର ବାର୍ତ୍ତିକା ଜୋସି ଏହି ପୂରା ମିସନ୍ର ଦାୟିତ୍ୱ ଗ୍ରହଣ କରିଥିଲେ।
/sambad/media/post_attachments/wp-content/uploads/2018/12/pv-sindhu-650x400-61471836945-1533711927-1545809831.jpg)
ପିଭି ସିନ୍ଧୁ: ଚୀନରେ ଗୁଆଞ୍ଝୌ ଠାରେ ପ୍ରଥମ ଭାରତୀୟ ଭାବେ ବିଡବ୍ଲୁଏଫ୍ ଓ୍ୱାର୍ଲଡ୍ ଟୁର୍ ଫାଇନାଲ୍ସ୍ ଟାଇଟଲ୍ ଜିଣି ଇତିହାସ ସୃଷ୍ଟି କରିଛନ୍ତି ପିଭି ସିନ୍ଧୁ। ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ଜାପାନର ନୋଜୋମି ଓକୁହରାଙ୍କୁ ୨୧-୧୯, ୨୧-୧୭ରେ ସିଧା ସେଟ୍ରେ ପରାଜିତ କରି ବିଜୟିନୀ ହୋଇଥିଲେ। ସିନ୍ଧୁ ଏହି ବଜୟ ହାସଲ କରିଥିବା ଭାରତର ପ୍ରଥମ ମହିଳା।
/sambad/media/post_attachments/wp-content/uploads/2018/12/19-mary-kom-600-1545809883.jpg)
ମେରି କମ୍: ଷଷ୍ଠ ଥର ଲାଗି ବିଶ୍ୱ ବିଜୟିନୀ ହୋଇ ଇତିହାସ ରଚିଛନ୍ତି ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମ୍ସି ମେରି କମ୍। ଚଳିତ ମହିଳା ମୁଷ୍ଟି ଯୁଦ୍ଧ ପ୍ରତିଯୋଗିତାର ୪୮ କିଲୋଗ୍ରାମ୍ ଲାଇଟ୍ ଫ୍ଲାଇୱେଟ୍ ବର୍ଗ ଫାଇନାଲ୍ରେ ଏହି ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ୫-୦ରେ ୟୁକ୍ରେନ୍ର ହାନ୍ନା ଓଖୋତାଙ୍କୁ ମାତ୍ ଦେଇ ଐତିହାସିକ ଷଷ୍ଠ ସ୍ୱର୍ଣ୍ଣ ପଦକ ହାତେଇଥିଲେ।
/sambad/media/post_attachments/wp-content/uploads/2018/12/7-Indian-boxer-Mary-Kom-gets-emotional-as-she-celebrates-after-winning.-670x430.jpg)
ଦୌଡ଼ରାଣୀ ସ୍ୱପ୍ନା ବର୍ମନ୍ : ପଶ୍ଚିମବଙ୍ଗ ଝିଅ ସ୍ୱପ୍ନା ବର୍ମନ ହେପ୍ଟଟଥଲନରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଉପହାର ଦେଇଥିଲେ। ସେ ମଧ୍ୟ ଏହି ଖେଳ ଇତିହାସରେ ପଞ୍ଚମ ମହିଳା ଭାବେ ୬,୦୦ ପଏଣ୍ଟ ଟପିଥିଲେ। ସ୍ୱପ୍ନା ପଶ୍ଚିମବଙ୍ଗରେ ରହୁଥିବା ଜଣେ ରିକ୍ସା ଚାଳକଙ୍କ କନ୍ୟା।
/sambad/media/post_attachments/wp-content/uploads/2018/12/batra-601-1545810030.jpg)
ମନିକା ବାତ୍ରା: ୨୩ବର୍ଷୀୟ ମନିକା ବାତ୍ରାଙ୍କ ନେତୃତ୍ୱରେ ଭାରତୀୟ ମହିଳା ଟିମ୍ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଆୟୋଜିତ ହୋଇଥିବା ୨୦୧୮ ରାଷ୍ଟ୍ରମଣ୍ଡଳ ଖେଳରେ ଟେବଲ ଟେନିସ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୮ ର୍ୟାକିଂ ଅନୁସାରେ, ମନିକା ଭାରତର ସର୍ବୋଚ୍ଚ ମାନ୍ୟତା ପ୍ରାପ୍ତ ଓ ବିଶ୍ୱର ୫୮୍ତମ ମାନ୍ୟତା ପ୍ରାପ୍ତ ଟେବୁଲ ଟେନିସ୍ ଖେଳାଳି ଅଟନ୍ତି।
/sambad/media/post_attachments/wp-content/uploads/2018/12/manu-613-1545810095.jpg)
ମନୁ ଭାକର: ହରିୟାଣାର ୧୬ବର୍ଷୀୟ ମନୁ ଭାକର ମେକ୍ସିକୋର ଗୁଆଦାଲାଜାରାରେ ଆଇଏସ୍ଏସ୍ଏଫ୍ ବିଶ୍ୱ କପ୍ରେ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିଲେ। ସେ ଏହି ମେଡାଲ ୧୦ମିଟର ଏୟାର ପିସ୍ତଲରେ ଜିତିଥିଲେ।
/sambad/media/post_attachments/wp-content/uploads/2018/12/phogat-613-1545810160.jpg)
ବିନେଶ ଫେଗାଟ: ଭାରତୀୟ ମହିଳା ଯୋଦ୍ଧା ବିନେଶ ଫେଗାଟ ୧୮ତମ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଥିଲେ। ଏମିତି କାମ କରି ସେ ଭାରତର ପ୍ରଥମ ମହିଳା ଯୋଦ୍ଧା ବନିଥିଲେ।
Follow Us