ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ପାକିସ୍ତାନ ଖେଳାଳିଙ୍କୁ ଭିସା ଦେବ ଭାରତ

Advertisment
ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ପାକିସ୍ତାନ ଖେଳାଳିଙ୍କୁ ଭିସା ଦେବ ଭାରତ

DNA India

ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବର ମାସରେ ଭାରତରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ପାକିସ୍ତାନ ଖେଳାଳିଙ୍କୁ ଭିସା ମିଳିବ। ଏହି ସଙ୍କେତ ଭାରତ ସରକାର ଦେଇଛନ୍ତି। ଭାରତ ସରକାର ପାକିସ୍ତାନ ଖେଳାଳିଙ୍କୁ ଭିସା ଦେବାକୁ ରାଜି ଥିବା ସଂପାଦକ ଜୟ ଶା‌ହ ହିଁ ବିସିସିଆଇ ଆପେକ୍ସ କାଉନସିଲ୍ ସଦସ୍ୟଙ୍କୁ ମଧ୍ୟ ଜଣାଇ ‌ଦେଇଛନ୍ତି। କାଉନସିଲ୍‌ର ଜଣେ ସଦସ୍ୟ ନିଜ ନାମ ଗୋପନ ରଖି କହିଛନ୍ତି ଯେ ପାକିସ୍ତାନ କ୍ରିକେଟ୍‌ ଦଳକୁ ଭିସା ମିଳିବା ମାମଲାର ସମାଧାନ ଆପାତତଃ ହୋଇସାରିଛି। ହେଲେ ସେଠାକାର ପ୍ରଶଂସକଙ୍କୁ ଭାରତ ଆସିବାକୁ ଅନୁମତି ମିଳିବ କି ନାହିଁ ସେକଥା ଏବେ ବି ସ୍ପଷ୍ଟ ହୋଇନାହିଁ। ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା କିଛି ଦିନ ଭିତରେ ନିଆଯିବ।

ଏହି ମାମଲାର ସମାଧାନ ମଧ୍ୟ ସମୟ ପୂର୍ବରୁ ହୋଇଯିବ ବୋଲି ଆମେ ଅବଶ୍ୟ ଆଇସିସିକୁ ପ୍ରତିଶ୍ରୁତି ଦେଇଛୁ। ବୈଠକରେ ସଂପାଦକ ଏବିଷୟରେ ଅନୁଷ୍ଠାନିକ ଘୋ‌ଷଣା କରିଥିଲେ। ସୂଚନାଯୋଗ୍ୟ ଯେ ରାଜନୈତିକ ଉଷ୍ମତା ପାଇଁ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଦୀର୍ଘବର୍ଷ ହେବ ଦ୍ବିପାକ୍ଷିକ କ୍ରିକେଟ୍ ଶୃଙ୍ଖଳା ଖେଳିନାହାନ୍ତି। ଗତମାସରେ ଦୁଇ ଦେଶର ସଂପର୍କରେ କିଛିଟା ସୁଧାର ଆ‌ସିଥିଲା ବେଳେ ସୀମାରେ ଅସ୍ତ୍ରବିରତି କଡ଼ାକଡ଼ି ଲାଗୁ କରିବାକୁ ଦୁଇ ପଡ଼ୋଶୀ ଦେଶ ରାଜି ହୋଇଛନ୍ତି। ଫଳରେ ଭବିଷ୍ୟତରେ ଉଭୟ ଦେଶ ମଧ୍ୟରେ କ୍ରିକେଟ୍ ସଂପର୍କ ପୁନଃଅବସ୍ଥାପିତ ହେବାର ଆଶା ସଂଚାର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe