ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ନ୍ୟୁଜିଲାଣ୍ଡ୍‌ ଯିବ ଭାରତ: ଖେଳିବ ୩ ଲେଖାଏଁ ଟ୍ବେଣ୍ଟି-୨୦ ଓ ଦିନିକିଆ ମ୍ୟାଚ୍‌

Advertisment
ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆ: ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ଭାରତ

India Posts English

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆୟୋଜିତ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ଭାରତୀୟ କ୍ରିକେଟ୍‌ ଦଳ ସୀମିତ ଓଭର ଶୃଙ୍ଖଳା ଖେଳିବା ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରିବ। ସେହି ଗସ୍ତରେ ୩ ଲେଖା‌ଏଁ ଟ୍ବେଣ୍ଟି-୨୦ ଏବଂ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାର ସୂଚୀ ସ୍ଥିର ହୋଇଛି ବୋଲି ନ୍ୟୁଜିଲାଣ୍ଡ୍‌ କ୍ରିକେଟ୍‌ ମଙ୍ଗଳବାର ସ୍ପଷ୍ଟ କରିଛି। ଏହି ଶୃଙ୍ଖଳା ଚଳିତ ବର୍ଷ ନଭେମ୍ବର ୧୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହାପରେ ନ୍ୟୁଜିଲାଣ୍ଡ୍‌ ପାଲଟା ସୀମିତ ଓଭର ଶୃଙ୍ଖଳା ଖେଳିବାକୁ ଆସନ୍ତାବର୍ଷ ଜାନୁଆରିରେ ଭାରତ ଆସିବ। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ଭାରତୀୟ କ୍ରିକେଟ୍‌ ଦଳ ସିଧା ନ୍ୟୁଜିଲାଣ୍ଡ ଗସ୍ତ କରିବ। ୱେଲିଂଟନ୍‌, ତରଙ୍ଗା ଓ ନାପିଅର୍‌ରେ ଟ୍ବେଣ୍ଟି-୨୦ ଏବଂ ଅକ୍‌ଲାଣ୍ଡ, ହାମିଲଟନ୍‌ ଓ ଖ୍ରିଷ୍ଟଚର୍ଚ୍ଚରେ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳାଯିବ ବୋଲି ଏକ ବିବୃତ୍ତିରେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ କହିଛି।

ଏଠାରେ ସୂଚନା‌ଯୋଗ୍ୟ, ଭାରତୀୟ ଦଳ ଏବେ ଗତବର୍ଷ ଶୃଙ୍ଖଳାର ଅସମାପ୍ତ ପଞ୍ଚମ ତଥା ଶେଷ ଟେଷ୍ଟ୍‌ ଖେଳିବା ପାଇଁ ଇଂଲଣ୍ଡରେ ରହିଛି। ଏହି ଟେଷ୍ଟ୍‌ ଖେଳିବା ପରେ ଭାରତ ମଧ୍ୟ ଇଂଲଣ୍ଡ ସହ ୩ଟି ଲେଖାଏଁ ଟ୍ବେଣ୍ଟି-୨୦ ଏବଂ ଦିନିକିଆ ମ୍ୟାଚ୍‌ ବିଶିଷ୍ଟ ଧଳାବଲ୍‌ ଶୃଙ୍ଖଳା ଖେଳିବ। ଏହାପରେ ବିଶ୍ବକପ୍‌ ପ୍ରସ୍ତୁତି ସ୍ବରୂପ ଆଉ ଏକ ଧଳାବଲ୍‌ ଶୃଙ୍ଖଳା ଖେଳିବା ପାଇଁ ଜୁଲାଇ-ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍‌ ଗସ୍ତ କରିବ। ୱେଷ୍ଟ୍ଇଣ୍ଡିଜ୍‌ରେ ୩ଟି ଦିନିକିଆ ଏବଂ ୫ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳି ଭାରତ ସେଠାରୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe