ଦିନିକିଆ ଶୃଙ୍ଖଳା ଖେଳିବାକୁ ଜିମ୍ବାୱେ ଯିବ ଭାରତ

Advertisment
ଭାରତୀୟ ବିଶ୍ବକପ୍‌ ଦଳ ଚୟନ ୧୬ରେ

ନୂଆଦିଲ୍ଲୀ : ଆସନ୍ତା ମାସରେ ୩ ମ୍ୟାଚ୍‌ ବିଶିଷ୍ଟ ଏକ ଦିନିକିଆ ଶୃଙ୍ଖଳା ଖେଳିବାକୁ ଭାରତୀୟ କ୍ରିକେଟ୍‌ ଦଳ ଜିମ୍ବାୱେ ଗସ୍ତ କରିବ। ଏଥିପାଇଁ ଆନୁଷ୍ଠାନିକ ଭାବେ ତାରିଖ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ମ୍ୟାଚ୍‌ଗୁଡ଼ିକ ଅଗଷ୍ଟ ୧୮, ୨୦ ଓ ୨୨ ତାରିଖରେ ହାରାରେ ସ୍ପୋର୍ଟସ କ୍ଲବ୍‌ରେ ଖେଳାଯିବାର ଅପାତତଃ ସୂଚୀ ସ୍ଥିର ହୋଇଛି। ଏହା ଆଇସିସି ଦିନିକିଆ ସୁପର ଲିଗ୍‌ର ଅଂଶବିଶେଷ ରହିବ। ଅନ୍ୟପକ୍ଷରେ ଆସନ୍ତାବର୍ଷର ଦିନିକିଆ ବିଶ୍ବକପ୍‌କୁ ଯୋଗ୍ୟତା ହାସଲ ପାଇଁ ଜିମ୍ବାୱେ ନିକଟରେ ଏହି ଶୃଙ୍ଖଳା ସୁଯୋଗ ରଖିବ। ସୂଚୀ ଚୂଡାନ୍ତ ହେଲେ ୬ ବର୍ଷ ପରେ ଭାରତର ଏହା ପ୍ରଥମ ଆଫ୍ରିକୀୟ ରାଷ୍ଟ୍ର ଗସ୍ତ ହେବ। ଶେଷ ଥର ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତୀୟ ଦଳ ୨୦୧୬ ଜୁନ୍‌-ଜୁଲାଇରେ ୩ ଲେଖାଏଁ ଦିନିକିଆ ଏବଂ ‌ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବାକୁ ଜିମ୍ବାୱେ ଯାଇଥିଲା। ହେ‌ଲେ ଅଗଷ୍ଟ ୨୭ ତାରିଖରୁ ଶ୍ରୀଲଙ୍କାରେ ଏସିଆ କପ୍‌ ଆୟୋଜିତ ହେବାକୁ ଯାଉଥିବାରୁ ଏଥର ଜିମ୍ବାୱେରେ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବାର ସୂଚୀ ରହିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe