ନୂଆ ଜର୍ସି, ନବୀନ ପ୍ରେରଣା: ଧାୱନ

Advertisment

୧୯୯୨ ବିଶ୍ବକପ୍‌ ଜର୍ସି ପିନ୍ଧିବ ଭାରତ

୧୯୯୨ ବିଶ୍ବକପ୍‌ ଜର୍ସି ପିନ୍ଧିବ ଭାରତ

ନୂଆ ଜର୍ସି, ନବୀନ ପ୍ରେରଣା: ଧାୱନ

ସିଡ୍‌ନି: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତୀୟ ଖେଳାଳିମାନେ ୧୯୯୨ ବିଶ୍ବକପ୍‌ ଜର୍ସି ପିନ୍ଧିବେ। ଏହି ଶୃଙ୍ଖଳା ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନ ଏହି ନୂଆ ଜର୍ସି ପିନ୍ଧି ଏହାର ‌ଫଟୋ ନିଜ ଟ୍ବିଟର ପୃଷ୍ଠାରେ ପୋଷ୍ଟ କରିଛନ୍ତି। ଏହାର ଶିରୋନାମ‌ାରେ ସେ ଲେଖିଛନ୍ତି ‘‘ନୂଆ ଜର୍ସି, ନବୀନ ପ୍ରେରଣା’’। ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୩ ଲେଖାଏଁ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି-୨୦ ଶୃଙ୍ଖଳା ଏବଂ ୪ ଟେ‌ଷ୍ଟ୍‌ ମ୍ୟଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିବ। ପ୍ରଥମେ ସୀମିତ ଓଭର ଶୃଙ୍ଖଳା ଏବଂ ପରେ ଟେଷ୍ଟ୍‌ ଶୃଙ୍ଖଳା ଖେଳାଯିବ। ଶୁକ୍ରବାରଠୁ ଦିନିକିଆ ଶୃଙ୍ଖଳା ଖେଳି ଭାରତ ଏହି ଗସ୍ତ ଆରମ୍ଭ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe