ଅଷ୍ଟ୍ରେଲିଆରେ ଭାରତ ହାଟ୍ରିକ୍‌ ଶୃଙ୍ଖଳା ଜିତିବ

Advertisment
ଅଷ୍ଟ୍ରେଲିଆରେ ଭାରତ ହାଟ୍ରିକ୍‌ ଶୃଙ୍ଖଳା ଜିତିବ

The Hindu

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳ ପାଖରେ ଯେଉଁ ଭଳି ଗୁଣାତ୍ମକ ବୋଲିଂ ଆକ୍ରମଣ ରହିଛି ଓ ରୋହିତ ଶର୍ମା, ବିରାଟ କୋହଲିଙ୍କଠୁ ଆରମ୍ଭ କରି ଲମ୍ବା ବ୍ୟାଟିଂ କ୍ରମ ରହିଛି, ଏହାକୁ ଦେଖିଲେ ଅଷ୍ଟ୍ରେଲିଆରେ ଭାରତ ନିଶ୍ଚିତ ଏଥର ହାଟ୍ରିକ୍‌ କରିବ ବୋଲି ପୂର୍ବତନ କ୍ରିକେଟର୍‌ ରବି ଶାସ୍ତ୍ରୀ ଦୃଢ଼ତାର ସହ କହିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ପୂର୍ବ ଦୁଇଟି ଶୃଙ୍କଳାରେ ବିଜେତା ହୋଇ ଟାଇଟଲ୍‌ ନିଜ ଅକ୍ତିଆରରେ ରଖିଛି। ଅଷ୍ଟ୍ରେଲିଆ ଶେଷ ଥର ପାଇଁ ୨୦୧୫ରେ ଘରୋଇ ଶୃଙ୍ଖଳାକୁ ୨-୦ରେ ଜିତିଥିଲା। ତେଣୁ ଏଥର କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ ବୋଲି ସେ ଆଶା ରଖିଛନ୍ତି। ‌ଏହି ଟେଷ୍ଟ୍‌ ଶୃଙ୍ଖଳା ନଭେମ୍ବର ୨୨ ତାରିଖରୁ ପର୍ଥରେ ଆରମ୍ଭ ହେବ। ପ୍ରଥମ ଥର ପାଇଁ ଏହି ଶୃଙ୍ଖଳାରେ ୫ ମ୍ୟାଚ୍‌ ଖେଳାଯିବ।

ଶାସ୍ତ୍ରୀଙ୍କ ଅନୁସାରେ, ଏବେ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମି ସଂପୂର୍ଣ୍ଣ ଫିଟ୍‌ ଅଛନ୍ତି। ଏମାନଙ୍କ ସହ ମହମ୍ମଦ ସିରାଜ ମଧ୍ୟ ଯୋଡ଼ି ହୋଇଯିବେ। ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡ଼େଜାଙ୍କ ସହିତ ଆହୁରି କେତେକ ‌ବୋଲର ମଧ୍ୟ ପ୍ରସ୍ତୁତ ଅଛନ୍ତି। ତେଣୁ ଏହି ଶୃଙ୍ଖଳା ଆରମ୍ଭକୁ ଆମେ ବ୍ୟଗ୍ରତାର ସହ ଅପେକ୍ଷା କରିଥିଲା ବେଳେ ଭାରତର ହାଟ୍ରିକ୍‌ ଦେଖିବାକୁ ମିଳିପାରେ ବୋଲି ଶାସ୍ତ୍ରୀ କହିଛନ୍ତି। ନିକଟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ପୂର୍ବାନୁମାନ ଅନୁସାରେ ଘରୋଇ ଦଳ ୩-୧ରେ ଶୃଙ୍ଖଳା ଜିତିବ। କିନ୍ତୁ ଭାରତୀୟ ବୋଲରମାନେ ସଫଳତା ପାଇବାପାଇଁ ଦକ୍ଷ ଥିବା ବେଳେ ସେମାନଙ୍କ ବ୍ୟାଟର୍‌ଙ୍କ ପାଇଁ ରାସ୍ତା ସଫା ରଖିପାରିବେ। ଯଦି ଉଭୟ ବୋଲର ଓ ବ୍ୟାଟର୍‌ମାନେ ଭଲ ଖେଳିଲେ, ତାହେଲେ ଶୃଙ୍ଖଳା ନିଶ୍ଚିତ ଭାରତ ସପକ୍ଷରେ ଯିବ ବୋଲି ଶାସ୍ତ୍ରୀ କହିଛନ୍ତି। ଅଷ୍ଟ୍ରେଲିଆର ମଧ୍ୟ ଭଲ ବୋଲିଂ ବାହିନୀ ଅଛି। ତେଣୁ ଲଗାତାର ଶୃଙ୍ଖଳା ପରାଜୟର ପ୍ରତି‌ଶୋଧ ନେବା ପାଇଁ ଘରୋଇ ଦଳ ଆପ୍ରାଣ ଉଦ୍ୟମ କରିବ। ସେ‌ମାନେ ଏଥିପାଇଁ ଭୋକିଲା ରହିଥିବା ଶାସ୍ତ୍ରୀ କହିଛନ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe