ଭାରତ ଜିତିଲା ୧୫ ବର୍ଷରୁ କମ୍ ସାଫ୍‌ କପ୍

Advertisment
ଭାରତ ଜିତିଲା ୧୫ ବର୍ଷରୁ କମ୍ ସାଫ୍‌ କପ୍

ନୂଆଦିଲ୍ଲୀ: ନେପାଳକୁ ଏକତରଫା ଭାବେ ୭-୦ ଗୋଲ୍‌ରେ ହରାଇ ଭାରତ ୧୫ ବର୍ଷରୁ କମ୍ ସାଫ୍ କପ୍ ଫୁଟବଲ୍ ଜିତି ନେଇଛି। ତା’ ସହ ଭାରତୀୟ ଦଳ ମଧ୍ୟ ଏହି ପ୍ରତିଯୋଗିତାର ସଫଳତମ ଦଳ ହେବାର ଗୌରବ ଅର୍ଜନ କରିଛି। ଭାରତୀୟ କିଶୋର ଦଳ ଏହି ପ୍ରତିଯୋଗିତାରେ ମୋଟ ୫ ମ୍ୟାଚ୍ ଖେଳି ୨୮ ଗୋଲ୍ ଦେବା ସହ ଗୋଟିଏ ହେଲେ ବି ଗୋଲ୍ ବରଣ ନ କରିବାର କୀର୍ତ୍ତିମାନ କରିଛି। ଏହା ପୂର୍ବରୁ ଭାରତ ୨୦୧୩ ଏବଂ ୨୦୧୭ରେ ଏହି ପ୍ରତିଯୋଗିତା‌େର ବିଜେତା ଆଖ୍ୟା ଅର୍ଜନ କରିଥିଲା। ଶନିବାର ଭାରତୀୟ ଖେଳାଳିମାନେ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିଲେ। ଅସହାୟ ନେପାଳ ରକ୍ଷଣଭାଗକୁ ବାରମ୍ବାର ଭେଦ କରି ଗୋଟିଏ ପରେ ଗୋଟିଏ ଗୋଲ୍ ଦେଇ ଚାଲିଥିଲେ। ଅଗ୍ରଭାଗ ଖେଳାଳି ସିଦ୍ଧାର୍ଥ ନଙ୍ଗମିକାପନ୍ (୫୧, ୭୬, ୮୦ ମିନିଟ୍) ତିନିଟି ଗୋଲ୍ ଦେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହେସନ ସିଂହ (୧୫ ମିନିଟ୍) ଅମନଦୀପ (୪୨ ମିନିଟ୍), ଶିବଜୀତ ସିଂହ (୪୫ ମିନିଟ୍) ଓ ହିମାଂଶୁ ଜାଙ୍ଗ୍ରା ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଅଧିନାୟକ ଆନିଶ ମଜୁମଦାର ଏହି ବିଜୟର ଶ୍ରେୟ ଦଳଗତ ପ୍ରୟାସକୁ ଦେଇଛନ୍ତି। ସାଫ କପ୍ ବିଜୟ ପରେ ଭାରତ ଏଏଫସି ୧୬ ବର୍ଷରୁ କମ୍ ୨୦୨୦ର ଯୋଗ୍ୟତା ପର୍ଯ୍ୟାୟ ଖେଳିବ। ଏହି ପ୍ରତିଯୋଗିତା ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଖେଳାଯିବ। ଭାରତ ଏଥିରେ ଉଜବେକିସ୍ତାନ, ବାହାରିନ୍ ଓ ତୁର୍କମେନିସ୍ତାନ ସହ ‘ବି’ ଗ୍ରୁପ୍‌ରେ ସ୍ଥାନ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe