ମସ୍କାଟ (ଓମାନ): ପଞ୍ଚମ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତର ବିଜୟଧାରା ଅଟକିଯାଇଛି। ପ୍ରଥମ ୩ ମ୍ୟାଚ୍ରେ ପ୍ରଶଂସନୀୟ ବିଜୟ ହାସଲ କରିଥିବା ମନପ୍ରୀତଙ୍କ ଦଳକୁ ମାଲେସିଆ ପୁଣି ଅଟକାଇ ଦେଇଛି। ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ ଗୋଲଶୂନ୍ୟ ଭାବେ େଶଷ ହୋଇଥିଲା। ଗତ ଏସୀୟ କ୍ରୀଡ଼ା ସେମିଫାଇନାଲରେ ଭାରତକୁ ହରାଇଥିବା ମାଲେସିଆର ରକ୍ଷଣଭାଗକୁ ଭେଦିବା ମଧ୍ୟ ଭାରତୀୟଙ୍କ ପକ୍ଷେ ସମ୍ଭବ ହୋଇନଥିଲା। ଶେଷ କ୍ବାର୍ଟରରେ ଦୁଇଟି ସହ ମୋଟ ୩ ପେନାଲଟି କର୍ନର ଅର୍ଜନ କରିଥିବା ଭାରତ ମଧ୍ୟ ସବୁଥର ବିଫଳ ହୋଇଥିଲା। ଭାରତ କିନ୍ତୁ ସେମିଫାଇନାଲ୍ ପ୍ରବେଶକୁ ନିଶ୍ଚିତ କରିଛି। ପୂର୍ବରୁ ଭାରତ ଆେୟାଜକ ଓମାନକୁ ୧୧-୦ରେ, ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୩-୧ରେ ଏବଂ ଦୁର୍ବଳ ଜାପାନକୁ ୯-୦ରେ ହରାଇ ଦେଇଥିଲା। ଭାରତ ନିଜର ଶେଷ ଲିଗ୍ ମ୍ୟାଚ୍ ବୁଧବାର ଦକ୍ଷିଣ କୋରିଆ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି ୧୦.୪୦ରେ ଆରମ୍ଭ ହେବ। ଷ୍ଟାରସ୍ପୋର୍ଟସ-୨, ଷ୍ଟାରସ୍ପୋର୍ଟସ ଏଚଡି-୨ ଏବଂ ହଟଷ୍ଟାର୍ ଏହାର ସିଧାପ୍ରସାରଣ କରିବେ।
ଅଟକିଲା ଭାରତର ବିଜୟ ରଥ
Advertisment
Follow Us