ଏସିଆ କପ୍ : ପାକିସ୍ତାନର ଗର୍ବ ଭା୍ଗିଲା, ଭାରତ ୬ ୱିକେଟ୍‌ରେ ବିଜୟୀ

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଇଥିବା ଏସିଆ କପ ସୁପର-୪ର ଏକ ମ୍ୟାଚରେ ପାକିସ୍ତାନକୁ ୬ ୱିକେଟ୍‌ରେ ହରାଇ ଦେଇଛି ଭାରତ । ୧୭୨ ରନର ଲକ୍ଷ୍ୟକୁ ଭାରତ ୧୮.୫ ଓଭରରେ ହାସଲ କରିନେଇଥିଲା ।

ଅଦ୍ୟତନ ହୋଇଛି
ind

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଇଥିବା ଏସିଆ କପ ସୁପର-୪ର ଏକ ମ୍ୟାଚରେ ପାକିସ୍ତାନକୁ ୬ ଓ୍ବିକେଟରେ ହରାଇ ଦେଇଛି ଭାରତ । ୧୭୨ ରନର ଲକ୍ଷ୍ୟକୁ ଭାରତ ୧୮.୫ ଓଭରରେ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୭୪ ରନ, ଶୁବମନ ଗିଲ ୪୭ ରନ ଓ ତିଳକ ବର୍ମା ଅପରାଜିତ ୩୦ ରନ କରିଥିଲେ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୭୧ ରନ କରିଥିଲା । ଦଳ ପକ୍ଷରୁ ସାହିବଜାଦା ଫରହାନ ୫୮ ରନ କରିଥିବାବେଳେ ଫକର ଜମାନ ୧୫ ରନ କରିଥିଲେ । ସଇମ ଆୟୁବ ୨୧ ରନ କରିଥିବାବେଳେ ମହମ୍ମଦ ନଓ୍ବାଜ ୨୧ ରନ କରିଥିଲେ । ସେହିପରି ସଲମାନ ଆଗା ୧୭ ରନ କରିଥିବାବେଳେ ଫହିମ ଅସରଫ ୨୦ ରନ କରିଥିଲେ । ଭାରତ ପକ୍ଷରୁ ଶିବମ ଦୁବେ ୨ଟି ଓ୍ବିକେଟ ନେଇଥିବାବେଳେ କୂଳଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ତେବେ ଭାରତର ଫିଲଡିଂ ଆଜି ନିରାଶାଜନକ ଥିଲା । ଭାରତୀୟ ଫିଲଡରମାନେ ପ୍ରାୟ ୪ଟି କ୍ୟାଚ ହାତଛଡ଼ା କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe