Tomar wins gold
ନୂଆଦିଲ୍ଲୀ: ଦିଲ୍ଲୀର ଡ. କର୍ଣ୍ଣି ସିଂ ସୁଟିଂ ରେଞ୍ଜରେ ଅନୁଷ୍ଠିତ ଏସୀୟ ସୁଟିଂ ଚାମ୍ପିୟନସିପ୍ରେ ଭାରତ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛି। ପୁରୁଷ ୫୦ ମିଟର ରାଇଫଲ୍ ଇଭେଣ୍ଟରେ ଭାରତର ଐଶ୍ବାରି ପ୍ରତାପ ସିଂ ତୋମାର୍ ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ଭାରତର ନୀରଜ କୁମାର ରୌପ୍ୟ ଓ ଅଖିଳ ସେଓରାନ କାଂସ୍ୟ ପଦକ ଜିତିଛନ୍ତି। ଫାଇନାଲ ସଟ୍ରେ ତୋମାର ୧୦.୭ ପଏଣ୍ଟ ହାସଲ କରିଥିବାବେଳେ ନୀରଜ ୧୦.୩ ପଏଣ୍ଟ ହାସଲ କରିଥିଲେ। ଆଜିର ବିଜୟ ସହ ତୋମାର ନିଜର ଗତବର୍ଷର ସଫଳତାକୁ ଦୋହରାଇଛନ୍ତି।
ଗତ ବର୍ଷ କାଜାଖସ୍ତାନରେ ତୋମାର ସ୍ବର୍ଣ୍ଣ ପଦକ ଜିତିଥିଲେ
ଗତ ବର୍ଷ କାଜାଖସ୍ତାନର ସିମକେଣ୍ଟ୍ରେ ଅନୁଷ୍ଠିତ ଏସୀୟ ସୁଟିଂରେ ତୋମାର ସ୍ବର୍ଣ୍ଣ ପଦକ ଜିତିଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ଭାରତ ୧୭୬୯ ପଏଣ୍ଟ ସହ ଦଳଗତ ସ୍ବର୍ଣ୍ଣ ଜିତି ଥିବାବେଳେ ୧୭୫୪ ପଏଣ୍ଟ ସହ ଜାପାନ ରୌପ୍ୟ ଓ ୧୭୪୮ ପଏଣ୍ଟ ସହ କାଜାକସ୍ତାନ କାଂସ୍ୟ ପଦକ ଜିତିଛି। କନିଷ୍ଠ ପୁରୁଷ ୫୦ ମିଟର ଫାଇନାଲରେ ଭାରତର ଆଦ୍ରିଆନ କର୍ମାକର ୩୫୩.୨ ପଏଣ୍ଟ ସହ ବିଶ୍ବ ରେକର୍ଡ କରି ସ୍ବର୍ଣ୍ଣ ହାସଲ କରିଛନ୍ତି। ଚଳିତ ପ୍ରତିଯୋଗିତାରେ ଏହା ତାଙ୍କର ଦ୍ବିତୀୟ ସ୍ବର୍ଣ୍ଣ ପଦକ।
ଆହୁରି ପଢ଼ନ୍ତୁ: India Okays Rs 3.25 Lakh Crore Deal : ୩.୨୫ ଲକ୍ଷ କୋଟି ଟଙ୍କାର ମେଗା ଚୁକ୍ତି ପାଇଁ ଡିଏସି ବୈଠକରେ ମଞ୍ଜୁରି
Follow Us