ଭାରତକୁ ଜୋହର କପ୍‌ ରୌପ୍ୟ

ଜୋହର କପ୍‌ ହକି ପ୍ରତିଯୋଗିତାରେ ଭାରତୀୟ ଦଳ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି। ଶନିବାର ଖେଳାଯାଇଥିବା ଫାଇନାଲ୍‌ରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆ ନିକଟରୁ ୧-୨ ଗୋଲ୍‌ରେ ହାରିଯାଇଛି।

sfhhfshfsxvbvb

ଜୋହର (ମାଲେସିଆ): ଜୋହର କପ୍‌ ହକି ପ୍ରତିଯୋଗିତାରେ ଭାରତୀୟ ଦଳ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି। ଶନିବାର ଖେଳାଯାଇଥିବା ଫାଇନାଲ୍‌ରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆ ନିକଟରୁ ୧-୨ ଗୋଲ୍‌ରେ ହାରିଯାଇଛି। ଅଷ୍ଟମ ଥର ପାଇଁ ଫାଇନାଲ୍‌ ଖେଳିଥିବା ଭାରତର ଏହା ପଞ୍ଚମ ରୌପ୍ୟ ପଦକ। ତେବେ ଗତ ଦୁଇ ସଂସ୍କରଣରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳ ଏଥର ପଦକର ରଙ୍ଗ ବଦଳାଇ ପାରିଥିବାରୁ ଖୁସି ହୋଇଛି।

ଶନିବାର ଫାଇନାଲ୍‌ରେ ତ୍ରୟୋଦଶ ମିନିଟ୍‌ରେ ଇଆନ୍‌ ଗ୍ରୋବେଲାର୍‌ ପ୍ରଥମ ଗୋଲ୍ ଦେଇ ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଦ୍ବିତୀୟ କ୍ବାର୍ଟର ଆରମ୍ଭରେ କିନ୍ତୁ ଅନମୋଲ୍ ଏକ୍କା (୧୭ ମିନିଟ୍‌)ଙ୍କ ଗୋଲ୍‌ ଭାରତକୁ ବରାବର ସ୍ତରକୁ ନେଇ ଆସିଥିଲା। ଏହି ସ୍କୋର୍‌ ଲାଇନ୍ (୧-୧)ରେ ମ୍ୟାଚ୍‌ ଶେଷ ହେବାକୁ ଯାଉଥିବାବେଳେ ଇଆନ୍ ଗ୍ରୋବେଲାର୍‌ଙ୍କ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ (୫୯ ମିନିଟ୍‌) ଅଷ୍ଟ୍ରେଲିଆକୁ ବିଜୟ ମଣ୍ଡିତ କରିଥିଲା। ଅଷ୍ଟ୍ରେଲିଆର ଉନ୍ନତ ଡିଫେନ୍ସ ଏହି ଦଳକୁ ବିଜୟୀ କରାଇଥିଲା। ପେନାଲ୍ଟି କର୍ଣ୍ଣର ସୁଯୋଗ ହାତଛଡ଼ା କରିବା, ପୁଣି ଭାରତକୁ ବଡ଼ ଉପଲବ୍‌ଧିରୁ ରୋକିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe