ଥମାସ୍‌ କପ୍‌: ଇଣ୍ଡୋନେସିଆକୁ ପରାସ୍ତ କରି ଭାରତ ଚାମ୍ପିଅନ୍‌, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଥମାସ୍‌ କପ୍‌: ଇଣ୍ଡୋନେସିଆକୁ ପରାସ୍ତ କରି ଭାରତ ଚାମ୍ପିଅନ୍‌, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ବ୍ୟାଙ୍କକ୍‌: ଥମାସ୍‌ କପ୍‌ ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟରେ ଭାରତ ଇତିହାସ ରଚିଛି। ଟିମ୍‌ ପ୍ରଥମ ଥର ପାଇଁ ଫାଇାନାଲରେ ଟାଇଟଲ୍‌ ଜିତିଛି। ଟିମ୍‌ ଇଣ୍ଡିଆ ଫାଇନାଲ୍‌ରେ ଇଣ୍ଡୋନେସିଆକୁ ୩-୦ରେ ମୂଳପୋଛ କରିଛି। ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ୟ ସେନ୍‌ ଏଥୋନୀ ସିନିସୁକୋଙ୍କୁ ୮-୨୧, ୨୧-୧୭, ୨୧-୧୬ରେ ପରାସ୍ତ କରିଛନ୍ତି। ଦ୍ୱିତୀୟ ମୁକାବିଲା ଡବଲ୍ସରେ ସାତ୍ୱିକସାଈରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀଙ୍କ ଯୋଡ଼ି ୧୮-୨୧, ୨୩-୨୧, ୨୧-୧୯ରେ ଜିତିଛନ୍ତି। ତୃତୀୟ ମ୍ୟାଚ୍‌ରେ ଜୋନାତନ କ୍ରିଷ୍ଟୀଙ୍କୁ କିଦାମ୍ବୀ ଶ୍ରୀକାନ୍ତ ୨୧-୧୫,୨୩-୨୧ରେ ପରାସ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଭାରତୀୟ ଟିମ୍‌ ମାଲେସିଆ ଓ ଡେନ୍‌ମାର୍କ ଭଳି ମଜବୁତ୍‌ ଟିମ୍‌କୁ ପରାସ୍ତ କରି ପ୍ରଥମ ଥର ପାଇଁ ଫାଇନାଲରେ ସ୍ଥାନ ପାଇଥିଲେ। ତେଣୁ ଟିମ୍‌ର ଆତ୍ମବିଶ୍ୱାସ ମଜବୁତ୍‌ ଥିଲା। ଏବେ ଫାଇନାଲରେ ୧୪ ଥରର ରେକର୍ଡ ଚାମ୍ପିଅନ୍‌ ଇଣ୍ଡୋନେସିଆକୁ ପରାସ୍ତ କରି ଇତିହାସ ରଚିଛି।

publive-image

ଥମାସ୍‌ କପ୍‌ରେ ଭାରତ ୭୩ ବର୍ଷ ପରେ ପ୍ରଥମ ଥର ପାଇଁ ବ୍ୟାଡମିଣ୍ଟନ ଟାଇଟଲ୍‌ ଜିତିଛି। ଏହି ସଫଳତା ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe