ଐତିହାସିକ ବିଜୟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ପଦକ ନିଶ୍ଚିତ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ

Advertisment
ଐତିହାସିକ ବିଜୟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ପଦକ ନିଶ୍ଚିତ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ

aajtak

ନୂଆଦିଲ୍ଲୀ: ବ୍ରିଟେନର ବର୍ମିଂହାମଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ, ଇଂଲଣ୍ଡର ମହିଳା କ୍ରିକେଟ୍ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡର ମହିଳା କ୍ରିକେଟ୍ ଦଳକୁ ହରାଇ ଭାରତୀୟ ମହିଳା କ୍ରିକେଟ୍ ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଏହି ବିଭାଗରେ ପ୍ରଥମ ପଦକ ହାସଲ କରିବା ନିଶ୍ଚିତ କରିଛି।

ସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ୨୦ ଓଭରରେ ୫ୱିକେଟ୍ ହରାଇ ୧୫୯ରନ୍ ସଂଗ୍ରହ କରିଥିଲା ଦଳ। ଟିମ୍ ଇଣ୍ଡିଆ ପକ୍ଷରୁ ସ୍ମୃତି ମନ୍ଧାନା ୩୨ବଲରେ ୬୧ରନ୍ ଏବଂ ଜେମାଇମା ରୋଡ୍ରିଗେଜ୍ ୩୧ବଲରେ ୪୪ ରନ୍ ସ୍କୋର କରିଥିଲେ। ଶନିବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ୪ରନରେ ବିଜୟୀ ହୋଇଛି। ବର୍ତ୍ତମାନ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ଭାରତୀୟ ଟିମ ଲଢ଼େଇ କରିବ। ତେବେ ଯଦି ଟିମ ଫାଇନାଲ‌ରେ ପରାସ୍ତ ହୁଏ, ତେବେ ରୌପ୍ୟ ପଦକ ନିଶ୍ଚିତ ଭାବରେ ଭାରତକୁ ଆଣିବ।

ଭାରତ ପକ୍ଷରୁ ଶେଫାଲୀ ବର୍ମା, ସ୍ମୃତି ମନ୍ଧାନା , ଜେମାଇମା ରୋଡ୍ରିଗେଜ୍, ହରମନପ୍ରୀତ କୌର (ଅଧିନାୟକ), ତାନିଆ ଭାଟିଆ (ୱିକେଟ୍ କିପର), ଦୀପ୍ତି ଶର୍ମା, ପୂଜା ବସ୍ତ୍ରାକର, ରାଧା ଯାଦବ, ସ୍ନେହା ରାଣା, ମେଘନା ସିଂ ଓ  ରେଣୁକା ସିଂ ଖେଳୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe