୨୮୦ ରନ୍‌ରେ ଜିତିଲା ଭାରତ: ବିଜୟ ପରେ ଭାବପ୍ରବଣ ହେଲେ ରୋହିତ

ଚେନ୍ନାଇ ଟେଷ୍ଟରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମ୍ୟାଚ୍ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ପନ୍ତଙ୍କ ବିଷୟରେ କହିବାବେଳେ ଭାବପ୍ରବଣ ହୋଇଯାଇଥିଲେ...

ଅଦ୍ୟତନ ହୋଇଛି
9anaba

ଚେନ୍ନାଇ: ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ଉପରେ ଚମତ୍କାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଚତୁର୍ଥ ଦିନରେ ଟିମ୍ ଇଣ୍ଡିଆ ମ୍ୟାଚ୍ ଶେଷ କରିଦେଇଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଚେନ୍ନାଇର ଚେପାକ୍‌ ଷ୍ଟାଇୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍ ୨୮୦ ରନ୍‌ରେ ଜିତି ଭାରତୀୟ ଦଳ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି।

ଏହି ମ୍ୟାଚ୍‌ରେ ଆର ଅଶ୍ୱିନ୍ ଉଭୟ ବ୍ୟାଟିଂ ଏବଂ ବୋଲିଂରେ  ଚମତ୍କାର ପ୍ରଦର୍ଶନ କରିଥିଲେ। ଅଶ୍ୱିନ ପ୍ରଥମେ ବ୍ୟାଟିଂ କରୁଥିବା ସମୟରେ ଏକ ଚମତ୍କାର ଶତକ ହାସଲ କରିଥିଲେ, ପରେ ବୋଲିଂ କରି ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌ଙ୍କ ଧରାଶାୟୀ କରିଥିଲେ। ଚେନ୍ନାଇ ଟେଷ୍ଟରେ ଅଶ୍ୱିନ୍ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି।

ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଏକ କାର ଦୁର୍ଘଟଣାର ପ୍ରାୟ ଦୁଇ ବର୍ଷ ପରେ ଟେଷ୍ଟ କ୍ରିକେଟ୍ ଫେରି ବାଂଲାଦେଶ ବିପକ୍ଷରେ ଏକ ଆଶ୍ଚର୍ଯ୍ୟଜନକ ଶତକ ଖେଳି  ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ଯେଉଁଥିପାଇଁ ପ୍ରଶଂସକ ତଥା ଅଧିନାୟକ ରୋହିତ ଶର୍ମା ମଧ୍ୟ ଉତ୍ସାହିତ ହୋଇପଡିଛନ୍ତି।

ଚେନ୍ନାଇ ଟେଷ୍ଟରେ ଭାରତୀୟ ଦଳର ବିଜୟରେ ଋଷଭ ପନ୍ତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମ୍ୟାଚ୍ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ପନ୍ତଙ୍କ ବିଷୟରେ କହିଛନ୍ତି ଯେ ଋଷଭ ବହୁତ କଷ୍ଟଦାୟକ ପର୍ଯ୍ୟାୟ ଦେଇ ଗତି କରିଛନ୍ତି, ସେ ନିଜକୁ ନିୟନ୍ତ୍ରଣ କରିଛନ୍ତି। ଯାହା ଦେଖିବା ଯୋଗ୍ୟ। ସେ ଆଇପିଏଲରେ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ପରେ ବିଶ୍ୱକପ୍ ଜିତିଥିଲେ ଏବଂ ସେ ଏହି ଫର୍ମାଟ୍‌କୁ ଅଧିକ ପସନ୍ଦ କରନ୍ତି। ସେ ଚମତ୍କାର ଖେଳିଥିଲେ। ଟିମ୍ ଇଣ୍ଡିଆର ବିଜୟ ଶ୍ରେୟ ତାଙ୍କର। 

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ବାଂଲାଦେଶକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ଚତୁର୍ଥ ଦିନରେ ବାଂଲାଦେଶକୁ ପରାସ୍ତ କରି ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଏହି ସଫଳତା ପାଇବା ପାଇଁ ଭାରତକୁ ୯୨ ବର୍ଷ ଅପେକ୍ଷା କରିବାକୁ ପଡିଛି। 

ବାଂଲାଦେଶକୁ ପରାସ୍ତ କରି ଟେଷ୍ଟ କ୍ରିକେଟରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ୧୯୩୨ ମସିହାରେ ଭାରତୀୟ କ୍ରିକେଟ୍ ଦଳ ଟେଷ୍ଟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲା ​​| ସେବେଠାରୁ ଭାରତ ମୋଟ ୫୮୦ ମ୍ୟାଚ୍ ଖେଳିଛି। ୯୨ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ପରାଜୟ ଅପେକ୍ଷା ଅଧିକ ବିଜୟର ଆକଳନକୁ ଛୁଇଁଛି।

ଟିମ୍ ଇଣ୍ଡିଆ ବାଂଲାଦେଶକୁ ପରାସ୍ତ କରି ଟେଷ୍ଟ କ୍ରିକେଟ୍‌ରେ ୧୭୯ ତମ ବିଜୟ ହାସଲ କରିଛି। ଅପରପକ୍ଷରେ ୧୭୮ ଟି ମ୍ୟାଚରେ ଦଳ ପରାଜୟର ସମ୍ମୁଖୀନ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଟେଷ୍ଟ କ୍ରିକେଟର ୯୨ବର୍ଷର ଇତିହାସରେ ଏହା ଘଟି ନ ଥିଲା। ଭାରତ  ୨୨୨ ଡ୍ର ମ୍ୟାଚ୍ ଖେଳିଥିବାବେଳେ ଗୋଟିଏ ମ୍ୟାଚ୍ ବାତିଲ ହୋଇଛି।

ଟେଷ୍ଟ୍ କ୍ରିକେଟରେ ହାରିବା ଅପେକ୍ଷା ଅଧିକ ମ୍ୟାଚ୍ ଜିତିବାରେ ଭାରତ ବିଶ୍ୱର ପଞ୍ଚମ ଦଳ ହୋଇପାରିଛି। ଏହାପୂର୍ବରୁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ଥାନର ଦଳମାନେ ଏଭଳି ସଫଳତା ହାସଲ କରିସାରିଛନ୍ତି। ଅଷ୍ଟ୍ରେଲିଆ ୪୧୪ ଟି ମ୍ୟାଚ୍ ଜିତିଛି ଏବଂ ୮୬୬ ଟି ମ୍ୟାଚ୍ ମଧ୍ୟରୁ ୨୩୨ ଟି ମ୍ୟାଚ୍ ହାରିଛି।

ଅଧିକ ପଢ଼ନ୍ତୁ:ଇଲିସି କୂଟନୀତି: ଭାରତ ଉପରୁ ମାଛ ରପ୍ତାନୀ ପ୍ରତିବନ୍ଧକ ଉଠାଇଲେ ବାଂଲାଦେଶ ସରକାର

ଇଂଲଣ୍ଡ ଦଳ ୩୯୭ ମ୍ୟାଚ୍ ଜିତି ୧୦୭୭ ମ୍ୟାଚ୍ ମଧ୍ୟରୁ ୩୨୫ ମ୍ୟାଚ୍ ହାରିଛି। ଏଥି ସହିତ ଦକ୍ଷିଣ ଆଫ୍ରିକା ଦଳ ୪୬୬ ଟି ଟେଷ୍ଟ ମ୍ୟାଚ୍ ମଧ୍ୟରୁ ୧୭୯ ଟି ମ୍ୟାଚ୍ ଜିତିଛି ଏବଂ ୧୬୧ ଟି ମ୍ୟାଚ୍ ହାରିଛି। ସେହିପରି ୪୫୮ ଟି ମ୍ୟାଚ ମଧ୍ୟରୁ ପାକିସ୍ତାନ ୧୪୮ ଟି ମ୍ୟାଚ୍ ଜିତିଛି ଏବଂ ୧୪୪ ଟି ମ୍ୟାଚ୍ ହାରିଛି।

ଅଧିକ ପଢ଼ନ୍ତୁ:ଇସ୍ରାଏଲ ନୁହେଁ, ଏହି ହ୍ରଦ ଯୋଗୁ ସଙ୍କଟ: ଇରାନର ୫୦ ଲକ୍ଷ ଲୋକଙ୍କ ଜୀବନ ବିପଦରେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe