Hindustan Times
ନାଗପୁର: ବାଂଲାଦେଶକୁ ଭାରତ ରବିବାର ୩ୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୩୦ ରନ୍ରେ ପରାସ୍ତ କରିଛି। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ମହମ୍ମଦ ନଇମ (୮୧ ରନ୍, ୪୮ ବଲ, ୧୦ ଚୌକା, ୨ ଛକା) ବ୍ୟତୀତ ବାଂଲାଦେଶର ଅନ୍ୟ ବ୍ୟାଟସ୍ମାନେ ଭଲ ପ୍ରଦର୍ଶନ କରିପାରି ନାହିଁ। ଭାରତ ଏହି ଶୃଙ୍ଖଳାକୁ ୨-୧ରେ ଜିତିଛି।
ଦିପକ ଚାହରଙ୍କୁ ୬ଟି ଓ୍ଵିକେଟ ମିିଳିଥିବା ବେଳେ ଯୁବ ବୋଲର ଶିବମ ଦୁବେ ୩ଟି ଓ୍ଵିକେଟ ନେଇଛନ୍ତି। ସେହିଭଳି ୟୁଜବେନ୍ଦ୍ର ଚହଲ ଗୋଟିଏ ଓ୍ଵିକେଟ ନେଇଛନ୍ତି।
ନାଗପୁରସ୍ଥିତ ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ୩ୟ ତଥା ଶେଷ ଟି-୨୦ରେ ବାଂଲାଦେଶ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଦ୍ୱିତୀୟ ଇନିଂସରେ ୧୭୫ ରନ୍ ଲକ୍ଷ୍ୟ ନେଇ ବାଂଲାଦେଶ ୧୯.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୪୪ ରନ୍ କରିଛି। ଓପନର ଲିଟନ ଦାସ ୯ ରନ କରି ପାଭଲିଅନ ଫେରିଥିଲେ। ସେତେବେଳକୁ ବାଂଲାଦେଶର ସ୍କୋର ୧୨ ରନ୍ ଥିଲା। ଏହା ପରେ ସୌମ୍ୟ ସରକାର ପଡ଼ିଆକୁ ଆସିଥିଲେ। ମାତ୍ର ସେ କେବଳ ଗୋଟିଏ ବଲର ସମ୍ମୁଖୀନ ହୋଇ କୌଣସି ରନ ନ କରି ପଡ଼ିଆରୁ ଫେରି ଯାଇଥିଲେ।
Zee Newsଭାରତର ୩ୟ ଶିକାର ହୋଇଥିଲେ ମହମ୍ମଦ ମିଥୁନ (୨୭ ରନ)। ମିଥୁନ ଆଉଟ ହେବା ବେଳକୁ ୧୨.୬ ଓଭରରେ ସ୍କୋର ୧୧୦ ରନ ଥିଲା। ତେଣୁ ମ୍ୟାଚ୍ ବାଂଲାଦେଶ ସପକ୍ଷରେ ଯାଉଥିଲା କିନ୍ତୁ ହଠାତ ମୁସଫିକୁର ରହିମ ଆଉଟ ହେବା ପରେ ବିସ୍ଫୋରକ ବ୍ୟାଟସ୍ ମହମ୍ମଦ ନଇମ ମଧ୍ୟ ଆଉଟ ହୋଇଯାଇଥିଲେ। ବାଂଲାଦେଶ ୧୨୬ ରନ୍ରେ ୫ଟି ମୂଲ୍ୟବାନ ଓ୍ଵିକେଟ ହରାଇବା ପରେ ସଂଘର୍ଷ କରିଥିଲା।
ପ୍ରଥମ ଇନିଂସରେ ବାଂଲାଦେଶକୁ ଭାରତ ରବିବାର ୧୭୫ ରନ୍ ଟାର୍ଗେଟ ଦେଇଥିଲା। ଲୋକେଶ ରାହୁଲ (୫୨ ରନ୍, ୩୫ ବଲ, ୭ ଚୌକା) ଓ ଶ୍ରେୟସ ଆୟର (୬୨ ରନ୍, ୩୩ ବଲ, ୩ ଚୌକା, ୫ ଛକା) ଅର୍ଦ୍ଧଶତକ ହାସଲ କରିଥିଲେ। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରଥିଲା।
ଅଧିନାୟକ ରୋହିତ ଶର୍ମା ୬ଟି ବଲ ଖେଳି ମାତ୍ର ରନ୍ କରିପାରିଥିଲେ। ଶିଖର ଧାଓ୍ଵନଙ୍କ ବ୍ୟାଟରୁ ଭାରତକୁ ୧୯ ରନ୍ ମିଳିଥିଲା। ଋଷଭ ପନ୍ତ ପୁଣି ଥରେ ଆଜି ବିଫଳ ହୋଇଥିଲେ। ସେ ୯ଟି ବଲ ଖେଳି ମାତ୍ର ୬ ରନ୍ ସଂଗ୍ରହ କରି ପାଭଲିଅନ୍ ଫେରିଥିଲେ। ମନୀଷ ପାଣ୍ଡେ ଅପରାଜିତ ୨୨ ରନ୍ କରିଥିବା ବେଳେ ଶିବମ ଦୁବେ ଅପରାଜିତ ୯ ରନ୍ କରିଥିଲେ।
ବାଂଲାଦେଶ ବୋଲର ଶାଫିଉଲ୍ ଇସ୍ଲାମ ୩୨ ରନ୍ ଦେଇ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ସୌମ୍ୟ ସରକାର ମଧ୍ୟ ୨ଟି ଓ୍ଵିକେଟ୍ ନେଇଥିଲେ। ସେହିଭଳି ଅମିନ୍ ହୁସେନଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା।
Follow Us