ଏଭିସି ମହିଳା ଚ୍ୟାଲେଞ୍ଜ୍ କପ୍‌ରେ ଭାରତକୁ ଐତିହାସିକ ରୌପ୍ୟ

ଏଭିସି ମହିଳା ଚ୍ୟାଲେଞ୍ଜ୍ କପ୍‌ରେ ଭାରତକୁ ଐତିହାସିକ ରୌପ୍ୟ

ଭୁବନେଶ୍ବର: ଥାଇଲାଣ୍ଡ୍‌ର ନାଖୁନ ପାଥୋମ୍‌ଠାରେ ଆୟୋଜିତ ‘‘୨୧ତମ ପ୍ରିନ୍‌ସେସ୍‌ କପ୍‌’’ ତୃତୀୟ ଏଭିସି ମହିଳା ଚ୍ୟାଲେଞ୍ଜ୍‌ କପ୍‌ ପ୍ରତିଯୋଗିତାରେ ଭାରତୀୟ ବରିଷ୍ଠ ମହିଳା ଭଲିବଲ୍‌ ଦଳ ରୌପ୍ୟ ପଦକ ଜିତିଛି। ଲିଗ୍‌ ପର୍ଯ୍ୟାୟ ପ୍ରଦର୍ଶନ ଆଧାରରେ ଉଭୟ ଭାରତ ଓ ହଂକଂ ୧୧ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଉନ୍ନତ ପଏଣ୍ଟ ଅନୁପାତରେ ଭାରତ ବାଜି ମାରିଥିଲା। କୌଣସି ଅନ୍ତର୍ଜାତୀୟ ଭଲିବଲ୍‌ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳର ଏହା ସବୁଠୁ ବଡ଼ ସଫଳତା। ଏହି ସଫଳତା ପାଇଁ ଭାରତୀୟ ଦଳର ଖେଳାଳିଙ୍କ ସହ ମୁଖ୍ୟ ପ୍ରଶିକ୍ଷକ ପ୍ରୀତମ ସିଂହ ଚୌହାନ ଭାରତୀୟ ଭଲିବଲ୍‌ ସଂଘ (ଭିଏଫ୍‌ଆଇ) ସଭାପତି ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଭାରତୀୟ ଦଳ କିଟ୍‌ରେ ତିନିମାସ ଧରି ପ୍ରସ୍ତୁତି କରିବା ପରେ ଏହି ପ୍ରତିଯୋଗିତା ଖେଳିବାକୁ ଯାଇଥିଲା। ଦଳର ଏହି ଐତିହାସିକ ସଫଳତା ଲାଗି ଶ୍ରୀ ସାମନ୍ତ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ଭାରତର ସରଣ୍ୟା ଶ୍ରେଷ୍ଠ ୟୁନିଭର୍ସାଲ, ଜିନି କେଏସ୍ ଶ୍ରେଷ୍ଠ ସେଟର, ଅସ୍ବସ୍ତି ଶ୍ରେଷ୍ଠ ଲିବିରୋ ପୁରସ୍କାର ପାଇଥିଲେ। ଭାରତୀୟ ଦଳ: ନିର୍ମଳ (ଅଧିନାୟକ), ଦେବୀକା ଦେବରାଜନ, ଅନୁଶ୍ରୀ ଘୋଷ, ଜିନ୍ସି ଜନସନ୍, ଆଞ୍ଜେଲ ଯୋଶେଫ (ଓଡ଼ିଶା), ସରଣ୍ୟା, ଅନୁଶ୍ରୀ କେପି, ସୂର୍ଯ୍ୟା ଏସ୍, ଜିନି କେଏସ୍, ଏସ୍ ସୃଷ୍ଟି, ଗୁଞ୍ଜନ, ଅମ୍ବିକା, ଅସ୍ବସ୍ତି, ଅନନ୍ୟା ଦାସ। ବିଜୟ ପାଲ ସିଂହ (ପ୍ରବନ୍ଧକ), ପ୍ରିତମ ସିଂହ ଚୌହ୍ବାନ (ମୁଖ୍ୟ ପ୍ରଶିକ୍ଷକ), ବୈଶାଳୀ ଫଦତାରେ (ସହକାରୀ ପ୍ରଶିକ୍ଷକ)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe