ଇଂଲଣ୍ଡକୁ ୧୫୭ ରନ୍‌ରେ ହରାଇଲା ଭାରତ, ୫୦ ବର୍ଷ ପରେ ଓଭାଲ ଦଖଲ

Advertisment

ରୋହିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ରୋହିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ଇଂଲଣ୍ଡକୁ ୧୫୭ ରନ୍‌ରେ ହରାଇଲା ଭାରତ, ୫୦ ବର୍ଷ ପରେ ଓଭାଲ ଦଖଲ

ଲଣ୍ଡନ : ନାଟକୀୟ ଓଭାଲ ଟେଷ୍ଟ୍‌ରେ ୧୫୭ ରନ୍‌ର ଉତ୍କଣ୍ଠାପୂର୍ଣ୍ଣ ମହାବିଜୟ ହାସଲ କରିଛି ଭାରତ। ପ୍ରଥମ ପାଳିରେ ୯୯ ରନ୍‌ରେ ପଛୁଆ ରହିବା ପରେ କ୍ରିକେଟ୍ ଇତିହାସର ଅନ୍ୟତମ ଶ୍ରେଷ୍ଠ ତଥା ସଫଳତମ ପ୍ରତ୍ୟାବର୍ତ୍ତନର ଅନନ୍ୟ ପରାକାଷ୍ଠା ଦେଖାଇ ଶେଷ ଦିନରେ ହିଁ ବିଜୟ ମୁଣ୍ଡି ମାରିଛି ଟିମ୍ ଇଣ୍ଡିଆ। ଶୃଙ୍ଖଳିତ ଓ ଶାଣିତ କ୍ରିକେଟ୍ ଖେଳି ଘରୋଇ ଇଂଲଣ୍ଡର ସମସ୍ତ ୧୦ଟି ଯାକ ୱିକେଟ୍ ଶେଷ ଦିନରେ ନେବା ଭାରତ ବିଜୟର ପ୍ରମୁଖ ଆକର୍ଷଣ ଥିଲା। ଏହାସହିତ ୫୦ ବର୍ଷ ପରେ ଭାରତ ଓଭାଲରେ ମ୍ୟାଚ୍ ଜିତିଛି।

ଏହାସହିତ ୫ ଟିକିଆ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇଯାଇଛି କୋହଲି ବାହିନୀ। ଦୀର୍ଘ ୧୪ ବର୍ଷ ପରେ ଇଂଲଣ୍ଡ ମାଟିରେ ଶୃଙ୍ଖଳା ଜିତିବାର ସୁଯୋଗ ଭାରତ ହାତପାହାନ୍ତାରେ ପହଞ୍ଚିଛି। ଶେଷ ଥର ପାଇଁ ୨୦୦୭ରେ ଭାରତ ଇଂଲଣ୍ଡରେ ଶୃଙ୍ଖଳା ଜିତିବାର ଗୌରବ ଅର୍ଜନ କରିଥିଲା। ମାଞ୍ଚେଷ୍ଟରଠାରେ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେଉଥିବା ପଞ୍ଚମ ତଥା ଶେଷ ଟେଷ୍ଟ୍‌ରେ ଜୋ ରୁଟ୍‌ଙ୍କ ଦଳ କର ବା ମର ସ୍ଥିତିରେ ରହିବାକୁ ଯାଉଛି। ଶତକୀୟ ପାଳି ଖେଳିଥିବା ରୋହିତ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe