ଭାରତ ୪-୧ରେ ଶୃଙ୍ଖଳା ଜିତିଲା

Advertisment

ୱେଷ୍ଟଇଣ୍ଡିଜ୍‌ର ଆଉ ଏକ ଶୋଚନୀୟ ପରାଜୟ: ଅକ୍ଷର ମ୍ୟାଚ୍‌ର, ଅର୍ଶଦୀପ ଶୃଙ୍ଖଳାର ଶ୍ରେଷ୍ଠ

ୱେଷ୍ଟଇଣ୍ଡିଜ୍‌ର ଆଉ ଏକ ଶୋଚନୀୟ ପରାଜୟ: ଅକ୍ଷର ମ୍ୟାଚ୍‌ର, ଅର୍ଶଦୀପ ଶୃଙ୍ଖଳାର ଶ୍ରେଷ୍ଠ

ଭାରତ ୪-୧ରେ ଶୃଙ୍ଖଳା ଜିତିଲା

India Posts English

ଲୌହରଡିଲ୍‌: ‌ପଞ୍ଚମ ତଥା ଶେଷ ଟ୍ବେଣ୍ଟି-୨୦ରେ ୱେଷ୍ଟଇଣ୍ଡିଜ୍‌କୁ ଶୋଚନୀୟ ଭାବେ ୮୮ ରନ୍‌ରେ ପରାସ୍ତ କରି ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୪-୧ରେ ଜିତି ନେଇଛି। ଶ୍ରେୟସ ଆୟର, ଦୀପକ ହୁଦା, ହାର୍ଦିକ ପାଣ୍ଡ୍ୟାଙ୍କ ବଢ଼ିଆ ବ୍ୟାଟିଂ ବଳରେ ଭାରତ ୧୮୮ ରନ୍‌ କରିଥିଲା। ଜବାବରେ ଭାରତୀୟ ସ୍ପିନର୍‌ ୱେଷ୍ଟଇଣ୍ଡିଜ୍‌ ପାଳିକୁ ୪.୨ ଓଭର ପୂର୍ବରୁ ମାତ୍ର ୧୦୦ ରନ୍‌ରେ ଅଲଆଉଟ୍ କରି ଦେଇଥିଲେ। ୩ ଭାରତୀୟ ସ୍ପିନର୍‌ ରବି ବିଷ୍ଣୋଇ (୪/୧୬), କୁଲଦୀପ ଯାଦବ (୩/୧୨), ଅକ୍ଷର ପଟେଲ୍‌ (୩/୧୫) ମିଳିତ ଭାବେ ୯.୪ ଓଭରରେ ୧୦ ୱିକେଟ୍ ବାଣ୍ଟି ନେଇଥିଲେ। ୱେଷ୍ଟଇଣ୍ଡିଜ୍ ପାଳିରେ ସିମ୍ରନ ହେଟମାୟର୍ କେବଳ ଅର୍ଦ୍ଧଶତକ ହାସଲ କରିପାରିଥିଲେ। ପୂର୍ବରୁ ଶ୍ରେୟସ ଆୟର ଲଗାତାର ଛକା ମାରି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୧,୦୦୦ ରନ୍‌ ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ଅକ୍ଷର ପଟେଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅର୍ଶଦୀପ ସିଂହ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ। ଏହି ମ୍ୟାଚ୍‌ରେ ଭାରତ ଏହାର ସଂରକ୍ଷିତ ଖେଳାଳିଙ୍କୁ ସୁଯୋଗ ଦେଇଥିଲା। ଅଧିନାୟକ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍‌ ଏବଂ ଭୁବନେଶ୍ବର କୁମାରଙ୍କ ବଦଳରେ ଈଶାନ କିଶନ, ଶ୍ରେୟସ ଆୟର, ହାର୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ସ‌ୁଯୋଗ ପାଇଥିଲେ। ୱେଷ୍ଟଇଣ୍ଡିଜ୍‌ ୪ ପରିବର୍ତନ କରିଥିଲେ ମଧ୍ୟ ପରାଜୟ ଧାରା ଭାଙ୍ଗି ପାରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe