ବିଶାଖାପାଟଣା ଦିନିକିଆ : ଟସ୍ ଜିଣି ଭାରତର ବ୍ୟାଟିଂ; ଓପନିଂ ଯୋଡ଼ି ଅାଉଟ୍; ଭାରତ ୫୨/୨

Advertisment
ବିଶାଖାପାଟଣା ଦିନିକିଆ : ଟସ୍ ଜିଣି ଭାରତର ବ୍ୟାଟିଂ; ଓପନିଂ ଯୋଡ଼ି ଅାଉଟ୍; ଭାରତ ୫୨/୨

ବିଶାଖାପାଟଣା : ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ବୁଧବାର ବିଶାଖାପାଟଣାର ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଆରମ୍ଭ ହୋଇଛି । ଭାରତୀୟ ଅଧିନାୟକ ବିରାଟ କୋହଲି ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ରୋହିତ ଶର୍ମା ଓ ଶିଖର ଧାୱନ୍ ପଡ଼ିଆକୁ ଓହ୍ଲାଇ ଥିଲେ।  ରୋହିତ ଶର୍ମା ମାତ୍ର ୪ ରନ କରି ଆଉଟ ହେବା ପରେ କ୍ୟାପଟେନ୍ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ। ରୋହିତଙ୍କ ପରେ ଧାଓ୍ୱନ୍ ୨୯ ରନ୍ କରି ଅାଉଟ୍ ହୋଇଯାଇଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଛନ୍ତି ରାୟଡୁ। ବର୍ତ୍ତମାନ କୋହଲି ୧୫ ରନ କରିଥିବା ବେଳେ ରାୟଡୁ ୫ ରନ୍ କରି ବ୍ୟାଟିଂ ଜାରି ରଖିଛନ୍ତି।

ଭାରତୀୟ ଅଧିନାୟକ ବିରାଟ କୋହଲି ଦ୍ରୁତତମ ୧୦,୦୦୦ ରନ୍ ପୂରଣଠାରୁ ଆଉ ମାତ୍ର ୭୫ ରନ୍ ଦୂରରେ ଅଛନ୍ତି। ଆଜି ସେ ଏହି ମାଇଲଖୁଣ୍ଟ ଛୁଇଁବାକୁ ଚେଷ୍ଟା କରିବେ। ଯାହା ପ୍ରଶଂସକଙ୍କ ମନରେ ଢେର ଉତ୍ସାହ ଭରି ଦେଇଛି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୫୯ ପାଳିରେ ୧୦,୦୦୦ ରନ୍ ଟପିଥିଲେ। କୋହଲି ବୁଧବାର ନିଜ ୨୦୫ତମ ପାଳି ଖେଳିବେ।

ବିଶାଖାପାଟଣାରେ ଭାରତୀୟ ବୋଲିଂ ବାହିନୀରେ ପରିବର୍ତନ କରାଯାଇଛି । ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କ ସ୍ଥାନ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe